ଆବାସ ଯୋଜନାରୁ କର୍କଟ ରୋଗୀଙ୍କୁ ବାଦ୍ : ପୁନଃ ସଂଯୋଗ ଲାଗି ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଓଲମରା ପଞ୍ଚାୟତର ଗୋପାଳପୁର ଗାଁ ରଣଜିତ ପ୍ରମାଣିକଙ୍କ ସ୍ତ୍ରୀ ନିରୁପମା ପ୍ରମାଣିକ (୨୩) ଏବେ କର୍କଟ ରୋଗରେ ଆକ୍ରାନ୍ତ । କିନ୍ତୁ ସେମାନଙ୍କ ନାମ ଦାରିଦ୍ର ସୀମାରେଖା ତଳେ ରହିଛି ଓ ଦିନ ମଜୁରିଆ ହୋଇଥିବାରୁ ୨୦୧୮-୧୯ ମସିହାରେ ତାଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଂଯୋଗ ହୋଇଥିଲା । ମାତ୍ର ସେ ଆଚାର୍ଯ୍ୟ ହରିହର କେନ୍‌ସର ହସ୍‌ପିଟାରେ ଚିକିତ୍ସିତ ହେଉଥିବାରୁ ନିର୍ଦ୍ଦିଷ୍ଟ ସମୟରେ ଆସି ନ ପାରିବାରୁ ତାଙ୍କ ନାମକୁ ଆବସ ଯୋଜନା ଲିଷ୍ଟରୁ ବାଦ୍ ଦିଆଯାଇଛି । ତାଙ୍କ ଅସୁସ୍ଥତା ଓ ଦାରିଦ୍ରତାକୁ ଲକ୍ଷ କରି ପନଃର୍ବାର ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଯୋଗାଇ ଦେବାକୁ ଆଜି ବିଡିଓଙ୍କୁ ଲିଖତ ଅଭିଯୋଗ କରିଛନ୍ତି ।