ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଚିଲିକା ମତ୍ସ୍ୟଜୀବୀ ରାଜ୍ୟ ଉପସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ଗଞ୍ଜାମର ସମସ୍ତ ନଦୀ, ନାଳ, ଚିଲିକା ଓ ସାମୁଦ୍ରିକ ବିଭିନ୍ନ ସମସ୍ୟା ନେଇ ଏକ ପାରମ୍ପାରିକ ଚିଲିକା ମତ୍ସ୍ୟଜୀବୀ ଟିମ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ସେଥିରେ ଉଲ୍ଲେଖ କରାଯାଇଛି ଯେ ବିଶେଷ କରି ଚିଲିକାରେ ତିନି ଲକ୍ଷ ପାରମ୍ପରିକ ମତ୍ସ୍ୟଜୀବୀ ପରିବାରଙ୍କ ଅବସ୍ଥା ଶୋଚନୀୟ ଅଟେ, ସରକାରଙ୍କ ବିଭିନ୍ନ ଯୋଜନା ବାଟମାରଣା ହେଉଅଛି, ଡ଼ଙ୍ଗା ଓ ଜାଲ ମତ୍ସ୍ୟଜୀବୀ ନାଁରେ ଅଣ ମତ୍ସ୍ୟଜୀବୀଙ୍କୁ ସୁବିଧା ଦିଆଯାଉଅଛି, ଡ଼ଙ୍ଗା ପାଇଁ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଛାଡ଼ ଆସୁଥିଲେ ସୁଧା ଏବେ ତାହା ଚାଳିଶ ହଜାର ଆସୁଛି, କୌଣସ ଜିଲ୍ଲା ମତ୍ସ୍ୟ ଅଧିକାରୀ, ପ୍ରଶାସକ ପାଦ ପଡୁନାହିଁ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟସ୍ତ କ୍ଷୟ କ୍ଷିତି ସମସ୍ତଙ୍କୁ ମିଳିନାହିଁ, ମତ୍ସ୍ୟ ଚିଲିକା ସୈରତାର ଖଜଣା ପାଇପାରୁନାହାନ୍ତି, ଆଛାଦ ଜାଲ ଘେରି, ମାଟି ଘେରି ବନ୍ଧ, ମୁହାଣ ମୁକ୍ତ ହୋଇପାରୁନାହିଁ, ଜେଟି, ସୋଲାର ଲାଇଟ, ବ୍ଲୁ ରିଭଲେସନ କାର୍ଯ୍ୟକାରୀ ଠପ, ମତ୍ସ୍ୟଜୀବୀ କ୍ରେଡିଟ କାର୍ଡ, ମତ୍ସ୍ୟଜୀବୀ ସମବାୟ ସମିତିରେ ଅନ୍ୟ ସମବାୟ ସମିତି ମିଶ୍ରଣ କରି ମତ୍ସ୍ୟଜୀବି ଅଧକ୍ଷ ପଦ ବଞ୍ଚିତ । ୧୯୯୨ ମସିହାରେ ଫିଶଫେଡ଼ ଗଠନ ଫଳରେ ରାଜ ନୈତିକ ଥଇଥାନ ଫଳରେ ମତ୍ସ୍ୟଜୀବୀଙ୍କ ସମସ୍ୟା ସୁଫଳ ହୋଇପାରୁନାହିଁ । ମତ୍ସ୍ୟ କେନ୍ଦ୍ରୀୟ ସମବାୟ ସମିତି ଅଣଦେଖା, ଚିଲାକାର (ଦୁଇ ଶହ ମତ୍ସ୍ୟ ସମବାୟ ସମିତି) ସମିତି ଗୃହ ନାହିଁ, ପ୍ରତେକ ଜାତୀୟ ବ୍ୟାଙ୍କର ଅବହେଳା, ସରକାରଙ୍କ ଅନୁଦାନ କେବଳ ଖୋର୍ଦ୍ଧା ବ୍ୟାଙ୍କରେ ଗଛିତ ଫଳରେ ଗଞ୍ଜାମ ସମିତିକୁ ସୁବିଧା ମିଳୁନାହିଁ । ଏହାସହ ସହରାଞ୍ଚଳରେ ଗାଈ ଗୁହାଳ, ଟୀକା ଔଷଧ ଦିଆଯାଉନାହିଁ । ସେହିଭଳି ଗୋପାଳପୁର ପନ୍ଧର ହଜାରରୁ ଅଧିକ ପରିବାର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପାଇଁ ଜେଟି ନାହିଁ ହଜାର ହଜାର ଡ଼ଙ୍ଗା ଲହଡିରେ ଭାଙ୍ଗି ପଡୁଛି, ବର୍ଷର ଅନେକ ଦିନ ମାଛ ଧରା ବନ୍ଦ ଫଳରେ ଅନ୍ୟ ସୁବିଧା ମିଳୁନାହିଁ । ତେଣୁ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମସ୍ୟାର ସମାଧାନ କରାଯାଉ । ଏହି ଦାବି ପତ୍ର ପ୍ରଦାନ ସମୟରେ ଶଙ୍କର ରାଓ, ରାଜା ରାଓଙ୍କ ସମେତ ମତ୍ସ୍ୟଜୀବୀ ଟିମର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା