ନାଟ୍ୟଶ୍ରୀ ସ୍ୱର୍ଗତ ରଘୁନାଥ ମିଶ୍ରଙ୍କ ସ୍ୱନକ୍ଷତ୍ର ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବରିଷ୍ଠ ନାଟ୍ୟଶ୍ରୀ ସ୍ୱର୍ଗତ ରଘୁନାଥ ମିଶ୍ରଙ୍କ ୯୩ତମ ଜୟନ୍ତୀ ସ୍ଥାନୀୟ ସ୍ପେକ୍ଟ୍ରମ୍ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଶ୍ରୀ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚଳଚିତ୍ର ନିର୍ଦ୍ଦେଶ ତଥା ବରିଷ୍ଠ ନାଟ୍ୟକାର ମେଜର ରମା ରମଣ ପାଢ଼ୀ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କର ଗୁଣାବଳି ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନାଟ୍ୟଶ୍ରୀ ଫାଉଣ୍ଡେସନର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସଂମାନୀୟ ଅତିଥି ଭାବେ ବିପିନ ଚଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ । ଉତ୍ସଵରେ ଅନ୍ୟତମ ଉଦ୍ୟାକ୍ତା ପୁର୍ବତନ ବିଧାୟକ ତଥା କମ୍ୟୁନିଷ୍ଟ ନେତା ନାରାୟଣ ରେଡ଼ି ପରିଚୟ ସହିତ ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିଲେ । ଏହି ଜୟନ୍ତୀ ଉତ୍ସବରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାପାତ୍ର ଏବଂ କେ.ବଳରାମ ଦାଶଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ନାଟ୍ୟଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟନ୍ତୀ ଉତ୍ସଵର ଶେଷରେ ନାଟ୍ୟଶ୍ରୀ ଫାଉଣ୍ଡେସନ୍ ସମ୍ପାଦକ ପ୍ରଦୀପ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜୟନ୍ତୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଶ୍ରୀ ମିଶ୍ରଙ୍କ କାଯ୍ୟ କଳାପ ଉପରେ ମତ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଦନ ମିଶ୍ର, ରମେଶ ମହାରଣା, ଅନିଲ ପାତ୍ର, ରାମଚଦ୍ର ସାସମଲ, ଅନୁରାଧା ସାହୁ, କୈଳାଶ ପାଣିଗ୍ରାହୀ ସୁଦୀପ ସାହୁ, ମନୋଜ ସାମଲ, ଗଣେଷ ସାହୁ, ଡ଼ା. ତିରୁପତି ସାହୁ, କପିଳ ମହାନ୍ତି, ଯୁଧିଷ୍ଠିର ଭଞ୍ଜ ସାମନ୍ତ, ରାଜୁ ପାଢ଼ୀ ଓ ସିମାଞ୍ଚଳ ବେହେରା, କୃଷ୍ଣ ପଣ୍ଡା, ରାଜ ଗୋପାଲ ପାଢ଼ୀ, ସୁବାସ ସାହୁ, ମିହର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା