ମଣିଷକୁ ଭଲ ପାଇବା ବିକାଶର ଶ୍ରେଷ୍ଠ ମାଧ୍ୟମ-ରାଜ୍ୟ ମାନବାଧିକାର କମିଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପରସ୍ପର ମଧ୍ୟରେ ଭେଦଭାବ ଭୁଲିଯାଇ ପ୍ରତ୍ୟେକ ମଣିଷ ଅନ୍ୟ ମଣିଷକୁ ଭଲ ପାଇବା ବିକାଶର ଶ୍ରେଷ୍ଠ ମାଧ୍ୟମ ବୋଲି ରାଜ୍ୟ ମାନବାଧିକାର କମିଶନଙ୍କ ସଦସ୍ୟ ଅସିମ ଅଭିତାଭ ଦାସ ମତବ୍ୟକ୍ତ କରିଛନ୍ତି । ଆଜି ସଂଧ୍ୟାରେ ଜଳେଶ୍ୱର ମହୋତ୍ସବର ୫ମ ସଂଖ୍ୟରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଶ୍ରୀଦାସ ଉପରୋକ୍ତ ମତବ୍ୟକ୍ତ କରିବା ସଂଗେ ସଂଗେ ଯୁବକମାନେ ନକରାତ୍ମକ ପନ୍ଥାରୁ ନିଜକୁ ଦୂରେଇ ନେଇ ସମାଜ ରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ଆଇନ୍‌ଜିବୀ ନିତ୍ୟଗୋପାଳ ଦାସଙ୍କ ପୌରହିତ୍ୟରେ ସମ୍ମାନୀତ ଅତିଥିରୂପେ ଜଳେଶ୍ୱର ସବ୍‌ଜଜ୍ ଇନ୍ଦିର ପ୍ରିୟାଦର୍ଶନୀ, ମୁଖ୍ୟବକ୍ତାରୂପେ ଉପଜିଲାପାଳ ନିଲୁ ମହାପାତ୍ର ଯୋଗ ଦେଇ ଜଳେଶ୍ୱର ମହୋତ୍ସବ ସୀମାନ୍ତରେ ଉଭୟ ରାଜ୍ୟ ମଧ୍ୟରେ ଭାଇଚାରା ଓ ସଂପର୍କର ସେତୁ ସୃଷ୍ଟି କରିବା କଥା କହିଥିଲେ । ସଂପାଦକ ଡ. ଅଜିତ୍ କୁମାର ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସହସଂପାଦକ ସୁଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଜ୍ଞାନ ଶିକ୍ଷକ ପ୍ରାଣକୃଷ୍ଣ ଗିରି ଓ ବାଲୁକ ଶିଳ୍ପି ଅଜୟ କୁମାର ଘୋଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୪ର୍ଥ ସଂଧ୍ୟାରେ ବରିଷ୍ଠ ଆଇନ୍‌ଜିବୀ ଜିତାଂଶୁ ନନ୍ଦିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀକାନ୍ତ ପାତ୍ର, ମୁଖ୍ୟ ବକ୍ତାରୁୂପେ ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ କବି କାଳିପଦ ପଣ୍ଡା, ସମ୍ମାନୀତ ଅତିଥିରୂପେ ଧ୍ୱନୀ ପ୍ରତିଧ୍ୱନୀର ମୁଖ୍ୟ ସଂପାଦକ ସୃଷ୍ଟିଧର ପରିଡା ଓ ଫକୀରମୋହନ ସାହିତ୍ୟ ପରିଷଦର ସଂପାଦକ ଡ. କୁମାର ଗୋପାଳ ଯୋଗ ଦେଇ ଜଳେଶ୍ୱର ମହୋହତ୍ସବ ଓଡିଆଭାଷା ସୁରକ୍ଷା ଦେବାରେ ଉପାନ୍ତେ ଅଂଚଳରେ ଭୂମିକା ଗୁରୁତ୍ୱପୂର୍ଣ୍ଣବୋଲି କହିଥିଲେ । ପ୍ରାରମ୍ଭରେ ରାମନାରାୟଣ ସାହୁ ଅତିଥି ପରିଚୟ, ଶେଷରେ ନବେନ୍ଦୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା