ଏଥର ସ୍କୁଲ କଲେଜ ବୁଲି ପାଠ ପଢ଼ାଇବେ ଶିକ୍ଷା ମନ୍ତ୍ରୀ : ଛତ୍ରପୁର କଲେଜରେ କ’ଣ କଲେ ମନ୍ତ୍ରୀ …

ଛତ୍ରପୁର (ସମୃଦ୍ଧ ଓଡିଶା) ଏଥର ସ୍କୁଲ କଲେଜ ବୁଲି ପାଠ ପଢ଼ାଇବେ ଶିକ୍ଷା ମନ୍ତ୍ରୀ । ଛତ୍ରପୁର କଲେଜରେ କ’ଣ କଲେ ମନ୍ତ୍ରୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏଠାରେ ସୁଚାଇ ଦିଆଯାଇ ପାରେ ଯେ ବିଭାଗୀୟ ମନ୍ତ୍ରୀଙ୍କ କର୍ତ୍ତବ୍ୟ ହେଲା କର୍ମଚାରୀ ମାନଙ୍କ ସୁବିଧା ଅସୁବିଧା ବୁଝିବା, ସ୍କୁଲକୁ ଯଥେଷ୍ଟ ଅନୁଦାନ ଦେଇ ବିଲଡିଙ୍ଗ ନିର୍ମାଣ କରିବା, ନୁଆଁ ନୁଆଁ ସ୍କୁଲ ଖୋଲିବା, କେନ୍ଦ୍ରରୁ ଅଧିକା ଅନୁଦାନ ଆଣିବା, ଦକ୍ଷ ପ୍ରଶାସକ ଓ ଶିକ୍ଷକମାନଙ୍କୁ ଉତ୍ସାହିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଏବଂ କିଭଳି ଶିକ୍ଷାକୁ ଆଗେଇ ନେବା କିନ୍ତୁ ଏସବୁ ଛାଡି ଏବେ ମନ୍ତ୍ରୀ କେଉଁ ସ୍କୁଲରେ ଶିକ୍ଷକ ଆସି ନାହାନ୍ତି, ଛାତ୍ର ଆସି ନାହାନ୍ତି ତାଙ୍କ ଆଟେନାନ୍ସ ଖାତା ଦେଖିବା ଆଦି ସ୍କୁଲ ପରିଦର୍ଶକ ଭଳି ନିମ୍ନ କାର୍ଯ୍ୟ କରି ବୁଦ୍ଧିଜୀବୀ ମହଲରେ ସମାଲୋଚନାର ଶିକାର ହେଉଛନ୍ତି । ଯେଭଳି ଜଣେ ଆସାମୀକୁ ଗିରଫ କରି ହାତକଡ଼ି ପକାଇବା କନେଷ୍ଟବଲର କାର୍ଯ୍ୟ । ଏଠାରେ ଯଦି ଏସପି କିମ୍ବା ପୋଲିସ ଡିଜି ଯାଇ ଆସାମୀକୁ ହାତକଡ଼ି ପକାଇବା କାର୍ଯ୍ୟ କରିବେ ତାହାହେଲେ ଲୋକେ କଣ କହିବେ, ହସିବେ । ଏଭଳି କାର୍ଯ୍ୟ କରି ଶାସନ ବ୍ୟବସ୍ଥାକୁ ନିନ୍ଦିତ କରିବା ବଦଳରେ ଶିଖିବାର ଅଛି ତ ଦିଲ୍ଲୀ ମୂଖ୍ୟ ମନ୍ତ୍ରୀ କେଜିରୀୱାଲଙ୍କୁ ଶିଖ । ମନ୍ତ୍ରୀ ଆସି ଯଦି ଶିକ୍ଷକ ଉପସ୍ଥାନ ଖାତା ଦେଖିବେ ତେବେ ତାଙ୍କ ବସ କ’ଣ କରିବେ ?ଏଭଳି ଏକ ଘଟଣା ଆମ ଦୃଷ୍ଟିକୁ ଆସିଛି ଯାହାକି ଏଠାର ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ଶନିବାର ଅପରାହ୍ନରେ ଅଚାନକ୍ ପରିଦର୍ଶନ କରି ଯୁକ୍ତଦୁଇ ଓ ଯୁକ୍ତତିନି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖାତାକୁ ଯାଞ୍ଚ କରିଛନ୍ତି । ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମହାବିଦ୍ୟାଳୟକୁ ଆସିବା ସମୟ ନିଘଣ୍ଟ ଯାଞ୍ଚ କରିଛନ୍ତି । ଯୁକ୍ତଦୁଇ ଓ ଯୁକ୍ତତିନିର ଅଧ୍ୟାପକଙ୍କ ଶ୍ରେଣୀ ନେବା ସମୟକୁ ନୋଟିସ୍ ବୋର୍ଡରେ ଝୁଲାନ୍ତୁ ଓ ମହାବିଦ୍ୟାଳୟର ପାଠାଗାରକୁ ନିୟମିତ ଖୋଲା ରଖାଯାଉ ବୋଲି ପ୍ରିନ୍ସପାଲଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଯାହା ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶକ କରିଥାନ୍ତେ ତାହା ମନ୍ତ୍ରୀ କରି ପକାଇଲେ । ଛତ୍ରପୁର ବିଜ୍ଞାନ କଲେଜ ଜିଲ୍ଲାରେ ଏକ ପ୍ରମୁଖ କଲେଜ ରୂପେ ନା’ ଅର୍ଜନ କରିଛି । ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଥିବା ଏହି ସରକାରୀ ବିଜ୍ଞାନ ମହାବଦ୍ୟିାଳୟରେ ଯୁକ୍ତଦୁଇ ଓ ଯୁକ୍ତତିନିରେ ୩ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଯୁକ୍ତଦୁଇରେ ପ୍ରାୟ ୧୬୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ ଜଣ ଅଧ୍ୟାପକ ବଦଳରେ ୧୨ ଜଣ ଅଧ୍ୟାପକ ଅଛନ୍ତି । ସେହିପରି ଯୁକ୍ତତିନିରେ ୧୪୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪୪ ଜଣ ଅଧ୍ୟାପକଙ୍କ ସ୍ଥାନରେ ମାତ୍ର ୧୩ ଜଣ ଅଧ୍ୟାପକ ରହିଛନ୍ତି । ମହାବିଦ୍ୟାଳୟରେ ସମୁଦାୟ ୩୬ ଜଣ ଅଧ୍ୟାପକ ପଦବୀ ଖାଲି ପଡିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢାରେ କିପରି ଉନ୍ନତି ଆସିବ ସେଥିପ୍ରତି ମନ୍ତ୍ରୀଙ୍କ ଉତ୍ତର ‘କିଂ କର୍ତ୍ତବ୍ୟ ବିମୁଢ’ ସମସ୍ତଙ୍କୁ ଚକିତ କରିଛି । ମହାବିଦ୍ୟାଳୟର ସମସ୍ତ ବିଷୟକୁ ଟିକିନିଖି ପଚାରି ବୁଝିଥିବା ବେଳେ ଏତେ ସଂଖ୍ୟକ ଖାଲି ପଡିଥିବା ଅଧ୍ୟାପକ ପଦବୀ ନିଯୁକ୍ତି ସଂକ୍ରାନ୍ତରେ ପଦୁଟିଏ ମଧ୍ୟ ପାଟି ଖୋଲି ପାରି ନ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରା ସାହୁ । ସୂଚନା ଯୋଗ୍ୟ ଯେ ଛତ୍ରପୁରରେ ଜାନୁୟାରୀ ୨୬ ତଥା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ମୂଖ୍ୟଅତିଥୀଭାବେ ଯୋଗଦେବା ନିମନ୍ତେ ଜାନୁୟାରୀ ୨୫ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ ହାଉସରେ ମନ୍ତ୍ରୀ ଶ୍ରୀ ସାହୁ ରହିଥିବା ବେଳେ ସେଠାରେ ଛତ୍ରପୁର ସରକାରୀ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ବିଭିନ୍ନ ସମସ୍ୟା ସମାଧାନ କରିବା ଅସମର୍ଥ ବୋଧ କରି ବୋଧହୁଏ ଆଜି ଅଚାନକ କଲେଜକୁ ଆସି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଞ୍ଚ କରି ନିଜର ପାରିବା ପଣିଆ ମନ୍ତ୍ରୀ ଦେଖାଇ ଦେଇଛନ୍ତି ବୋଲି ବୁଦ୍ଧିଜୀବୀମାନେ କୁହା କୁହି ହେଉଛନ୍ତି । ମନ୍ତ୍ରୀ ସ୍କୁଲ କଲେଜ ବୁଲି ପାଠ ପଢ଼େଇଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା