ମଙ୍ଗଳା ଠାକୁରାଣୀଙ୍କ ସମ୍ପତ୍ତିରୁ ମାଟି ଚୋରୀକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ନିମପୁର ମୌଜାରେ ଥିବା ଗ୍ରାମର ମଙ୍ଗଳା ଠାକୁରାଣୀଙ୍କ ୬୧୬ ନଂ ପ୍ଲଟରୁ ସେହି ଗ୍ରାମର କେତେକ ବ୍ୟକ୍ତି ମାଟି ତାଡି ବିକ୍ରି କରୁଥିବାରୁ ଅଭିଯୋଗ ହୋଇଛି । ଏହି ସମ୍ପତ୍ତିି ନେଇ ଜିଲା ଜଜ୍‌ଙ୍କ କୋର୍ଟରେ ବିଚାରାଧିନ ରହିଥିବା ବେଳେ ଦୁବୃତ୍ତମାନେ ଜେସିବି ଦ୍ୱାରା ମାଟି ତାଡି ୮ଟି ଟ୍ରାକ୍ଟର ସାହାଯ୍ୟରେ ଅନ୍ୟତ୍ର ନେଇ ବିକ୍ରୟ କରୁଥିବାର ଗ୍ରାମବାସୀ ଭାସ୍କର ଚନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ଅନିତା ପ୍ରଧାନ, ବିଭୂତି ପ୍ରଧାନ, ଶଶାଙ୍କ ପ୍ରଧାନ, ସବିତା ପ୍ରଧାନ, ଗୀତାରାଣୀ ଦାସ, ଜିତେନ୍ଦ୍ର ଦାସ, ସୀତାରାଣୀ ଦାସ, ଜଳେନ୍ଧର ପ୍ରଧାନ, ପାର୍ବତି କୁସୁ, ଜାନକୀ ବେହେରା, ଶ୍ରୀହରୀ ବେସ୍ରା, ଗୌରହରୀ ବେହେରା, ରାମ ମାରାଣ୍ଡି, କବିତା ସରେନ୍‌, ଗଣେଶ ରଣା, ନିରଞ୍ଜନ ପାତ୍ର, ହିମାଂଶୁ ରଣା, ମାଧବ ଚନ୍ଦ୍ର ରଣା, ପ୍ରଦୀପ ସିଂହ ପ୍ରମୁଖ ବହୁବ୍ୟକ୍ତି ଶୁକ୍ରବାର ଜଳେଶ୍ୱର ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।