ବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ଲାଗି ବିଧାୟକଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଜଳେଶ୍ୱର ଜୋନ୍ ପକ୍ଷରୁ ବ୍ଲକର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଶୂନ୍ୟ ପଡିଥିବା ପଦବୀ ପୂରଣ ଲାଗି ଶୁକ୍ରବାର ବିଧାୟକ ଅଶ୍ୱନୀ ପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୧୯୯୪ ମସିହାରୁ ଅନୁଦାନ ପ୍ରାପ୍ତ ହୋଇଥିବା ବିଦ୍ୟାଳୟ ମାନଙ୍କରେ ବହୁ ଶିକ୍ଷକ ପଦବୀ ଶୂନ୍ୟ ପଡିଥିବାରୁ ସେଠାରେ ଗୁଣାତ୍ମକ ଶିକ୍ଷାଦାନ ସମ୍ଭବ ହୋଇ ପାରୁନାହିଁ । ତେଣୁ ଯଥାଶୀଘ୍ର ଏହି ପଦବୀ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସଂଘର ଜଳେଶ୍ୱର ଜୋନ୍ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି ଓ ସଭାପତି ସୁନୀଲ କୁମାର ନାୟକ ବିଧାୟକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।