ଭୟଙ୍କର ବିସ୍ଫୋରଣ: ଫାଟିଲା ସିଲିଣ୍ଡର, ଉଡ଼ିଗଲା ୪୦ ଘରର ଛାତ,ଜଣେ ମୃତ, ୮ ଗୁରୁତର

ରାଉରକେଲା: ରୋଷେଇ ଗ୍ୟାସ୍‌ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଅଞ୍ଚଳର ୪୦ ଘରର ଛାତ ଉଡ଼ି ଯାଇଛି। ଆଜି ଏମିତି ଏକ ଭୟଙ୍କର ଘଟଣା ଷ୍ଟିଲ୍‌ ସିଟି ରାଉରକେଲାରେ ଘଟିଛି। ପୂରା ଘଟଣା ଏମିତି। ମଧୂସୁଦନପାଲି ନିକଟ ତେଲୁଗୁ ବସ୍ତିରେ ଜବାହର ଶ୍ରୀବାସ୍ତବଙ୍କ ଘର। ଆଜି ତାଙ୍କ ଘରେ ଗ୍ୟାସ୍‌ରେ ରୋଷେଇ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ଘରର ଛାତ ଉଡି ଯାଇଥିଲା। ଛାତ ତଳେ ଚାପିହୋଇ ସାନ ବୋହୂ ରେଖା ଶ୍ରୀବାସ୍ତବଙ୍କର ମୃତ୍ୟୁ ଘଟିଥିବା ବେଳେ ଡଲି ଶ୍ରୀବାସ୍ତବ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍‌ରେ ଭର୍ତ୍ତି ରାଯାଇଛି।ବିସ୍ଫୋରଣ ସମୟରେ ଜଣେ ୫ ବର୍ଷର ପିଲା ଜବାହରଙ୍କ ଘରେ ଆଗରେ ଖେଳୁଥିଲେ। ସେ ମଧ୍ୟ ଗୁରୁତର ଆହତ ହୋଇଛି। ତାଙ୍କୁ ପ୍ରଥମେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତା’ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି।ଏହି ବିସ୍ଫୋରଣରେ ଜବାହରଙ୍କ ଘର ଆଖପାଖରେ ରହୁଥିବା ୪୦ ପରିବାରଙ୍କ ଘରର ଛାଡ଼ ଉଡି ଯାଇଛି। କାହାର ଆଜ୍‌ବେଷ୍ଟସ୍‌ ଛାତ ଭାଙ୍ଗି ପଡ଼ିଛି ତ ଆଉ କାହାର ଘରର କାନ୍ଥ ଭାଙ୍ଗି ଯାଇଛି। ଉଦ୍ଧାରକାରୀ ଦଳ ବସ୍ତିରେ ପହଞ୍ଚି ବିଭିନ୍ନ ସ୍ଥାନରୁ ୫ ଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି।ପ୍ରାଥମିକ ଅନୁସନ୍ଧାନରୁ ଏହା ସାମାନ୍ୟ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ପରି ଲାଗୁନଥିବା ପୁଲିସ କହିଛି। ଏବେ ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜବାହର ଘରେ ବାଣ ରଖିଥିଲେ। ଯେଉଁଥିରେ ନିଆଁ ଲାଗିବା ପରେ ଏପରି ଭୟଙ୍କର ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି।

ବିଶାଖାପାଟ୍ଣା ସହ୍ର୍ର ଗାଜୁଆକା ସିନେମାହଲ୍ରେ ଭୟଙ୍କର ନିଆଁ ଲାଗି କୋଟିକୋଟିଟ୍ନ୍କାର ସମ୍ପତି ନ୍ଷ୍ଟ