ଭାରତ-ୱେଷ୍ଟଇଣ୍ଡିଜ:ବିଶାଖାପାଟଣାରେ ଖେଳାଯିବ ୨ୟ ଦିନିକିଆ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ବିଶାଖାପାଟଣାର ଡ. ଓ୍ଵାଇ.ଏସ୍‌ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବୁଧବାର ଏହି ସୂଚନା ଦେଇଛି। ପୂର୍ବରୁ ବିସିସିଆଇ ଏହି ମ୍ୟାଚ ଆଗାମୀ ଅକ୍ଟୋବର ୨୪ରେ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମରେ ଖେଳାଯିବ ବୋଲି କହିଥିଲା।

-ଅକ୍ଟୋବର ୨୧: ପ୍ରଥମ ଦିନିକିଆ- ଗୌହାଟୀ
-ଅକ୍ଟୋବର ୨୪: ଦ୍ୱିତୀୟ ଦିନିକିଆ- ବିଶାଖାପାଟଣା 
-ଅକ୍ଟୋବର ୨୭: ତୃତୀୟ ଦିନିକିଆ- ପୁନେ
-ଅକ୍ଟୋବର ୨୯: ଚତୁର୍ଥ ଦିନିକିଆ- ମୁମ୍ବାଇ
-ନଭେମ୍ବର ୦୧: ପଞ୍ଚମ ଦିନିକିଆ- ଥିରୁବନନ୍ତପୁରମ

ମ୍ୟାଚ ସ୍ଥାନାନ୍ତର ହେବା ପଛର କାରଣ

ବିସିସିଆଇ ଓ ମଧ୍ୟପ୍ରଦେଶ କ୍ରିକେଟ ସଂଘ ମଧ୍ୟରେ ନିଃଶୁଲ୍କ ପାସ ବିତରଣ ବ୍ୟବସ୍ଥାକୁ ନେଇ ଯୁକ୍ତିତର୍କ ହେବାରୁ ଇନ୍ଦୋରରୁ ମ୍ୟାଚ ସ୍ଥାନାନ୍ତର କରାଯାଇଛି। ‘ବିସିସିଆଇ’ର ନୂଆ ନିୟମ ଅନୁସାରେ କୌଣସି ଷ୍ଟାଡିୟମର ସମୁଦାୟ ଦର୍ଶକଙ୍କ କ୍ଷମତାରୁ ୧୦ ପ୍ରତିଶତ ଟିକେଟ, ପ୍ରାୟୋଜକ ଓ ଅନ୍ୟ ଲୋକଙ୍କୁ ମାଗଣାରେ ଦିଆଯାଇ ପାରିବ।