ଭାରତୀୟ ଶିକ୍ଷା, ଶିକ୍ଷିତ ଓ ଶିକ୍ଷା ନୀତି-୩…

ସଂକୁଚିତ ମନୋଭାବ, ଦୁର୍ବଳ ଭବିଷ୍ୟଦ୍ରଷ୍ଠା ବିଚାର ହେତୁ ପ୍ରଚଳିତ ପ୍ରଥା ସହିତ ନିଜକୁ ସମାନ୍ତରାଳ କରି ଯେକୌଣସି ମତେ ଜୀବନ ଅତିବାହିତ କରିବା ଲକ୍ଷ ରଖିଥିବା ମଣିଷ ସମସ୍ତେ । ବ୍ୟସ୍ଥାପିତ ଶିକ୍ଷଣୀୟ ବିଷୟ ମଧ୍ୟରୁ ନିଜକୁ ସୁହାଇଲା ଭଳି ନିର୍ଦ୍ଧାରିତ ବିଷୟ ଉପରେ ଆଧାରିତ ଶିକ୍ଷା ଅର୍ଜନ କରି ସାମାଜିକ ମାନ୍ୟତା ସହିତ ରୋଜଗାର ପନ୍ଥା ଅନ୍ୱେଷଣ ତଥା ସେଇଥିରେ ନିଜ ଜୀବନକୁ ସାର୍ଥକ କରିବା ଲକ୍ଷ ରହିଥାଏ ସମସ୍ତଙ୍କର । ଶିକ୍ଷା ଅର୍ଜନ କରି ନିଜସ୍ୱ ଅନ୍ତର୍ଜ୍ଞାନ ସୃଷ୍ଟି କରିବା ଭଳି ବିଚାର ଧାରା ଦେଖିବା ବିରଳ ଆଜି ସମୟର ବ୍ୟବସାୟୀକ ଶିକ୍ଷା ପଦ୍ଧତିରେ । ତଥାପି ସେହି ବ୍ୟବସାୟୀଙ୍କ ଶିକ୍ଷା ପଦ୍ଧତିକୁ ସର୍ବଶ୍ରେଷ୍ଟ ଭାବେ ଗ୍ରହଣୀୟତା ଦେଖିବାକୁ ମିଳୁଛି ଯାହାର ରୁଚି ଏକ ଭିନ୍ନ ଦିଗରେ ହୋଇଥାଏ । ଶିକ୍ଷାକୁ ପରିପାଶ୍ୱର୍ିକ ଜ୍ଞାନର ଉତ୍ସ ଭାବେ ବ୍ୟବହାର କରି ରୋଜଗାରକୁ ଭିନ୍ନ ଦିଗରେ ପରିଚାଳିତ କରିବା ପ୍ରକୃତ ମାନବିକ ଧର୍ମ ଯାହା ଭାରତୀୟ ଶିକ୍ଷା ନୀତି, ସଂସ୍କାର ଶିଖାଇଥାଏ । ବର୍ତ୍ତମନ କି’ନ୍ତୁ ଆଉ ସେସବୁ କାହାକୁ ଭଲ ଲାଗିବ ନାହିଁ, କାରଣ ସାମାଜିକ ପରିସ୍ଥିତି, ପରିବେଶ କେବଳ ପାଶ୍ଚାତ୍ୟ ଭାବଧାରରେ ପ୍ରଚଳିତ ଦେଖିବାକୁ ମିଳୁଛି ଆମ ଦେଶରେ । ଆମ ଦେଶ ଶାସନ , ପ୍ରଶାସନରେ ନିଯୁକ୍ତ ଶିକ୍ଷିତଙ୍କ ମଧ୍ୟରୁ କେତେଜଣ ଜ୍ଞାନୀ, ମାନବିକ ଚେତନାଶୀଳ ମଣିଷ ରହିଛନ୍ତି ସେସବୁ ସମସ୍ତଙ୍କୁ ଜଣା । ଭାରତୀୟ ସଂସ୍କାର ରହିତ ସେହି ଅମାନବୀୟ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିରେ ସଂଭୁଷିତ ଅଜ୍ଞାନ ଶିକ୍ଷିତଙ୍କ ଅମାନୁଷିକ, ଅସାମାଜିକ କାର୍ଯ୍ୟଧାରା ଏବଂ ଅହଂଭାବ ହେତୁ ଆମ ଦେଶରେ ଘଟୁଥିବା ଅସାମାଜିକ, ଭ୍ରଷ୍ଟାଚାର ଜନିତ ରାଷ୍ଟ୍ରୀୟ ଦୁର୍ଗତି ବିଷୟ ପ୍ରାୟତଃ ଅନେକ ଲୋକଙ୍କୁ ବୁଝା ପଡୁଛି । କି’ନ୍ତୁ ପରିବେଶ, ପରିସ୍ଥିତି କାରଣରୁ କୌଣସି ପରିବର୍ତ୍ତିତ ନୂତନ ସଂସ୍କାର ମୂଳକ ପଦକ୍ଷେପ ନେବା ସମ୍ଭବ ହେଉନାହିଁ । ରାଜତନ୍ତ୍ରର କଠୋରତା ମଧ୍ୟରେ ଗଣତନ୍ତ୍ରର ସମ୍ଭାଷଣ ଆମକୁ ଏକ କୌତୁହଳ ପୂର୍ଣ୍ଣ ସମାଜରେ ଅବସ୍ଥାପିତ କରିଛି ଏମିତି, ଯେ ତାହାର ପ୍ରତିକାର କରାଯିବା ବାଟ ମିଳୁନାହିଁ କାହାକୁ !! କେବଳ ଶିକ୍ଷାକୁ ସଂକୁଚିତ କରି ଅଜ୍ଞାନ ମଣିଷ ଗୁଡିକ ସୃଷ୍ଟି ହେବା ଫଳରେ ଦେଶର ପରିସ୍ଥିତି ଏମିତି ହେବାରେ ଲାଗିଛି ଯାହା ପାଶ୍ଚାତ୍ୟ ବ୍ୟପାରୀଙ୍କ ସାଙ୍ଘାତିକ ଷଡ଼ଯନ୍ତ୍ର ଛଡା ଆଉ କିଛି ନୁହେଁ ଯାହା କାହାକୁ ଭବାନ୍ତର୍ଭୂକ୍ତ ହେବା ପରିବର୍ତେ ଯଥେଷ୍ଟ ଆନନ୍ଦ ଦେଇ ଚାଲିଥିବା ଅତ୍ୟନ୍ତ ଦୁଖଦଃ, ମର୍ମସ୍ପର୍ଶୀ ବିଷୟ ଆଜି ସମୟର ଦେଖିବାକୁ ମିଳୁଛି ଆମ ଦେଶରେ । ସମ୍ପୃକ୍ତ କ୍ରୀତଦାସ ଶିକ୍ଷା ନୀତିକୁ ପରିବର୍ତ୍ତନ କରି ଭାରତୀୟ ମନୋଭାବ ସୃଷ୍ଟି କରାଗଲେ ସାଧାରଣ ମଣିଷ ଜୀବନ ଅତ୍ୟନ୍ତ ସୁଖମୟ ହୋଇ ପାରିବ ଯାହା ଶିକ୍ଷିତ ଦାସତ୍ୱ ପ୍ରଥା ଠାରୁ ଯଥେଷ୍ଟ ଉନ୍ନତ୍ତ । ବ୍ୟପାରୀ କିନ୍ତୁ ଶିକ୍ଷାକୁ ବ୍ୟବସାୟ ମାଧ୍ୟମରେ ପ୍ରଚଳିତ କରି ପୁନଃ ଶିକ୍ଷା ଅର୍ଜନ ପରେ ସେମାନଙ୍କୁ ନିଶ୍ଚିତ ରୋଜଗାର ଯୋଗାଇ ଦେବା ପ୍ରତିଶୃତିବଦ୍ଧତା ମଧ୍ୟରେ ଜନ ମାନସକୁ ଏମିତି ଅସନ୍ତୁଳିତ କରି ରଖିଛନ୍ତି ଯାହା କୌଣସି ଲୋକଙ୍କ ତର୍ଜମା ସମାଲୋଚନା ଅନ୍ତର୍ଭୁକ ହେବା ପରିବର୍ତ୍ତେ ସେଗୁଡିକୁ ଉତ୍ତମ ନଜରରେ ଦେଖୁଛନ୍ତି ସମସ୍ତେ । ସାଧାରଣ ନିର୍ବୋଧ ସେଗୁଡିକ ପ୍ରତି ସଚେତନ ହେବା ପରିବର୍ତ୍ତେ ନିଜର ସୌଭାଗ୍ୟ ବୋଲି ମାନେ କରୁଛନ୍ତି । ବ୍ୟବସ୍ଥାରେ ରହିଥିବା ଉଚ୍ଚ ସ୍ଥାନିତ ମାନଙ୍କର ଜ୍ଞାନର ସୀମା କେତେ ଆମେ ସମସ୍ତେ ଜାଣୁ । ତେଣୁ ବ୍ୟବସ୍ଥାପିତ ସାମାଜିକ ଆଇନ ମଧ୍ୟ ଆମ ସଂସ୍କୃତି ପ୍ରତି କୌଣସି ଅନୁରୋକ୍ତି ନରଖି ସମୟ ଧାରାରେ ଭାରତୀୟ ମନୋଭାବକୁ ସଂକୁଚିତ, କଳୁଷିତ କରିବାରେ କେବଳ ପାଶ୍ଚାତ୍ୟ ଢାଞ୍ଚାକୁ ହିଁ ସର୍ବୋକୃଷ୍ଠ ବୋଲି ବିଚାରି ଦିନକୁ ଦିନ ଆମ ଦେଶରେ ଅଧିକରୁ ଅଧିକ ପାଶ୍ଚାତ୍ୟ ଶିକ୍ଷା ନୀତି ପ୍ରୟୋଗ କରିବାରେ ଲିପ୍ତ ଦେଖିବାକୁ ମିଳୁଛି । ସମାଜରେ ରହିଥିବା ଭାରତୀୟ ଚେତନଶୀଳ ମଣିଷଙ୍କ ସ୍ଥିତି ଗମ୍ବୁଜ ମଧ୍ୟରେ ରହିଥବା ବେଳେ ଅଜ୍ଞାନ, କୁସଂସ୍କାରି, ଅସାମାଜିକ ବ୍ୟକ୍ତିଙ୍କ ସ୍ଥାନ ଶୀର୍ଷରେ ରହିଥିବା ସମସ୍ତଙ୍କୁ ଗୋଚର ! ନିର୍ବୋଧଙ୍କୁ ପିଢ଼ିକୁ ପିଢ଼ି ଅଜ୍ଞାନ କରି ରଖି ଦାନ, ଧର୍ମ କରି ସେମାନଙ୍କ ଠାରୁ ସହମତି ପାଇ କେଳେଙ୍କାରୀ ମଣିଷ ଗୁଡିଏ ବ୍ୟବସ୍ଥାରେ ଶୀର୍ଷ ସ୍ଥାନିତ ହୋଇ ଚଳାଉଥିବା ଭାରତୀୟ ସାମାଜିକ ବ୍ୟବସ୍ଥାର ରୂପ, ରେଖ ଯାହା, ବୁଝିବା ମଣିଷ ଅତ୍ୟନ୍ତ କମ୍ ! ତେଣୁ ଆମ ଦେଶର ପରିସ୍ଥିତି ଦିନକୁ ଦିନ ସଂକୁଚିତ ଅବସ୍ଥାକୁ ଆସୁଥିବା ବୁଝିପାରନ୍ତି ନାହିଁ ସାଧାରଣ ଜନତା । କେବଳ ଶିକ୍ଷା ନୀତିକୁ ଯଦି ସମ୍ପୂର୍ଣ୍ଣ ସଂସ୍କୃତ କରାଯିବ ତାହେଲେ ସାଧାରଣ ମଣିଷ ଗୁଡିକ ଜ୍ଞାନ ଅର୍ଜନ କରି ସତ୍ୟ, ଅସତ୍ୟର ସମୀକ୍ଷା କରିବାରେ ସମର୍ଥ ହୋଇ ପାରିଲେ କେଳେଙ୍କାରୀଙ୍କ ସ୍ଥାନ ରହିବ ନାହିଁ ଉପରେ ବୋଲି ବିଚାର କରି ଭାରତୀୟ ଶିକ୍ଷା ନୀତିକୁ ଷଡ଼ଯାନ୍ତ୍ରୀକ ପଦ୍ଧତିରେ ଉପର ଚିକ୍କଣ ଭିତର ମେହେଙ୍କାଳ ଫଳ ସଦୃଶ୍ୟ ରଖିବାରେ ଉଦ୍ୟମରତ ଦେଶ ଦ୍ରୋହୀଙ୍କୁ ବିତାଡିତ କରି ପ୍ରକୃତ ଜ୍ଞାନୀ ଗୁଣି ଲୋକଙ୍କ ମାଧ୍ୟମରେ ତାହାର ପରିବର୍ତ୍ତନର ସ୍ୱର ଉତ୍ତୋଳନ ପୂର୍ବକ ଏକ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ଯାହା ସମ୍ଭବ ହେବା ଭଳି କୌଣସି ସୂଚନା ମିଳୁନାହିଁ ଆଜି ସମୟରେ ! ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ରହିଥିବା ଅଭାବନୀୟତା ଗୁଡିକ ସମୀକ୍ଷା କରିବା ଏକ ବ୍ୟାପକ ଜଟିଳ ବିଷୟ ଯାହା ଏତେ କମ ଲେଖା ମାଧ୍ୟମରେ ସମ୍ଭବ ନୁହେଁ । ଆମ ଦେଶ ଶିକ୍ଷା ବ୍ୟବସ୍ଥା, ଶିକ୍ଷା ନୀତି ଗୁଡିକୁ ପ୍ରକ୍ରୃତ ପରିମାର୍ଜିତ କରିବା ଚେଷ୍ଟା ଆରମ୍ଭ କରାଗଲେ ହୁଏତ କେତେ ବର୍ଷ ସମୟ ଆବଶ୍ୟକ ସେଗୁଡିକୁ ପରିମାର୍ଜିତ କରି ସାଧାରଣ ଲୋକଙ୍କୁ ପ୍ରକୃଷ୍ଠ ଶିକ୍ଷା ଦିଆଯିବା ପାଇଁ । ଆମ ଶିକ୍ଷା ବ୍ୟବସ୍ଥାରେ ଏକ ବ୍ୟପାକ ଭାରତୀୟ ମନୋଭାବ ସମ୍ପନ୍ନ ମନୋବୈଜ୍ଞାନିକ କୌଶଳ ଅବଲମ୍ବନ କରି ଶିକ୍ଷା ପଦ୍ଧତିରେ ଆମ ପୂର୍ବଜଙ୍କ ସ୍ମୃତିକୁ ଫେରାଇ ଆଣିବାକୁ ଚେଷ୍ଟା କରାନଗଲେ ଆସନ୍ତା ସମୟରେ କେବଳ କ୍ରିତଦାସଙ୍କ ବାସସ୍ଥଳ ଭାରତ ବୋଲି କୁହାଯିବା ଛଡା କୌଣସି ଭଲ ହେବା ସମ୍ଭାବନା ଶୂନ୍ୟ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି କ’ଣ…..??

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.