ଭାରତୀୟ ବିରଳ ମୃତ୍ତିକାର ଦିବଂଗତ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଲୋଚନା ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘର କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ଭାରତୀୟ ବିରଳ ମୃତ୍ତିକାର ଦିବଂଗତ ଶ୍ରମିକ ପରିବାରଙ୍କ ସହିତ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ମୃତ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ନେତ୍ରା ସାହୁ, ଅବନୀକାନ୍ତ ସାହୁ, ତପନ ପାଢି, ନୃସିଂହ ଗୌଡ, ରାଜେନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା