ଛତ୍ରପୁରର ଦୁଇ ଦୁଃସାହାସିକ ଫାୟର ମ୍ୟାନଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀର ପ୍ରଖର ସୁଅରେ ଭାସିଯାଉଥିବା ଛତ୍ରପୁର ବ୍ଳକ ମୁନିଷିପେଣ୍ଠ ଗ୍ରାମର ବାବୁଲା ବେହେରାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବାର ଦୁଃସାହସ ଦେଖାଇଥିବା ଦୁଇ ଫାୟାର ମ୍ୟାନ କାହ୍ନୁ ଚନ୍ଦନ ପରିଡ଼ା (FM-1862) ଓ ତପନ କୁମାର ବେହେରା (FM-1639)ଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବ୍ଲକ ଅଧ୍ୟକ୍ଷ ଧନଞ୍ଜୟ ରେଡି ଓ ଛତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ଓ ମୁଖ୍ୟ କିରାଣୀ ପ୍ରଦୀପ ନାୟକ ପ୍ରମୁଖ ସମ୍ବର୍ଦ୍ଧିତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗତ ତିନି ଦିନ ତଳେ ମଙ୍ଗଳ ବେହେରାଙ୍କ ପୁଅ ଅସାବଧାନତା ବସତହ ଅଗସ୍ତି ନୂଆଁଗାଁ ସନ୍ନିକଟ ବହି ଯାଇଥିବା ଋଷିକୂଲ୍ୟା ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ । ନଦୀର ପାଣି ବିଜୁଳି ବେଗରେ ବହି ଚାଲିଥିବା ବେଳେ କାହାର ସାହାସ ନଥିଲା ବାବୁଲା ବେହେରାଙ୍କୁ ବଞ୍ଚାଇବା ପାଇଁ ଦେଖଣାହାରିଙ୍କ ମଧ୍ୟରେ ଭାଳେଣୀ ପଡିଥିଲା ଘଟଣାର ପ୍ରତ୍ୟକ୍ଷଦର୍ଶୀ ମନରେ । ଗାଁ ଠାରୁ କିଛି ଦୂରରେ ଥିବା ଆନିକଟ ନିକଟରେ ଅଗ୍ନିଶମ ବାହିନୀର ଦୁଇ ଫାୟାର ମ୍ୟାନ ପୂର୍ବରୁ ପ୍ରସ୍ତୁତ ରହି ଲମ୍ଫ ମାରିଥିଲେ ପ୍ରଖର ନଦୀକୁ କିନ୍ତୁ ସଫଳ ହୋଇନଥିଲେ । ଭାସି ଯାଉଥିବା ବାବୁଲାଙ୍କ ପିଛା କରିଥିଲେ ଦୁଇ ଫାୟାର ମ୍ୟାନ । ଋଷିକୂଲ୍ୟା ନଦୀର ପ୍ରଖର ସୁଅରେ ନିଜ ଜୀବନକୁ ବାଜି ଲଗାଇ ପାଖାପାଖି ତିନି କିଲୋମିଟର ପିଛା କରିଥିଲେ ଏବଂ ଶେଷରେ ଭାସି ଯାଉଥିବା ବାବୁଲାଙ୍କ ଜୀବନ ବଞ୍ଚାଇଥିଲେ । ଯାହାକୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ମହକି ଯାଇଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା