ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରତିବାଦରେ ୩ଘଣ୍ଟିଆ ଧାରଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯିବା ଅଭିଯୋଗ ନେଇ ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ତିନି ଘଣ୍ଟିଆ ଧାରଣା ଦିଆଯାଇଥିଲା । ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଦେଶ୍ବର ବି ବନ୍ଦାର, ଡେପୁଟି କମିଶନର ଆଶୁତୋଷ ସାମଲ ଏବଂ ଏନଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରି ତୁରନ୍ତ ଗିରଫ କରିବା ସକାଶେ ଏହି ୩ ଘଣ୍ଟିଆ ଧାରଣ କରାଯାଇଥିଲା । ସୂଚନା ଅନୁସାରେ ୧୯୯୨ ମସିହାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଗାନ୍ଧୀ ପାର୍କରୁ ଉଠାଇ ନେଇ ସ୍ତାନୀୟ ମୋଚି ସାହି ମନ୍ଦିର ଠାରେ ସ୍ଥାପନା କରାଯାଇଥିଲା । ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ନାମରେ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗି ମୁସଲିମ ବସ୍ତି ନିକଟ ସ୍କୁଲ ସନ୍ନିକଟରେ ଫୋପାଡ଼ି ଦିଆଯାଇଥିଲା । କିଛି ବୁଦ୍ଧିଜୀବୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ଶ୍ରାଦ୍ଧ ଦିବସରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦୁଃଖଦ ବିଷୟ ଏହିକି ଗାନ୍ଧିଜୀଙ୍କ ଶ୍ରାଦ୍ଧ ଦିବସରେ ପ୍ରଶାସନ ଉକ୍ତ ଭଙ୍ଗା ପ୍ରତିମୂର୍ତ୍ତିକୁ କ୍ରେନ ଦ୍ବାରା ଉଠାଇ ଅନ୍ୟତ୍ର ଫୋପାଡ଼ି ଦେଇଥିଲେ । ଉପରୋକ୍ତ ଜଘନ୍ୟ ଓ ବର୍ବରୋଚିତ କାଣ୍ଡ ଉପରୋକ୍ତ ତିନି ପ୍ରଶାସନିକ କର୍ମଚାରୀଙ୍କ ନଥି ଆଦେଶ ପ୍ରକାରେ କରାଯାଇଥିବାରୁ ଭାରତୀୟ ବିକାଶ ପରିଷଦ ତରଫରୁ ପତ୍ର ସଂଖ୍ୟା ୩୨୯ ତା ୨/୨/୨୦୨୨ରେ ଏମାନଙ୍କ ନାମରେ ବ୍ରହ୍ମପୁର ଟାଉନ ଥାନାରେ ଏଫ ଆଇ ଆର ରୁଜୁ କରାଯାଇ ଅଭିଯୋଗ କରାଯାଇଛି । ଅଭିଯୋଗ ପ୍ରକାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୭୫ତମ ତିରୋଧାନ ଦିବସରେ ଉପରୋକ୍ତ ତିନି ଅଧିକାରୀଙ୍କ ଦ୍ଵାରା ଜାତିର ପିତା ଗାନ୍ଧିଜୀଙ୍କ ପ୍ରତି ଘୋର ଅପମାନ ସହିତ ଅସମ୍ମାନ କରିଥିବାରୁ ଗହିର୍ତ ମାମଲା ଜନିତ ଅପରାଧ କାରଣରୁ ତୁରନ୍ତ ମାମଲା ରୁଜୁ କରି ଦୁର୍ନୀତି ଗ୍ରସ୍ତ, ଭ୍ରଷ୍ଟାଚାର ଏବଂ ଦେଶଦ୍ରୋହୀ ଅଧିକାରୀଙ୍କୁ ଗିରଫ କରିବା ପାଇଁ ଦାବି ସହ ତିନିଘାଣ୍ଟିଆ ଗଣଧାରଣା ଅନୁଷ୍ଠିତ ହେଇଅଛି । ତତ୍ ସହିତ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ କେନ୍ଦ୍ର ସରକାର, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓଡିଶା ଏବଂ ଶାସନ ସଚିବ ସାମାଜିକ ନ୍ୟାୟ ବିଭାଗ, ଗୃହ ବିଭାଗ କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଗୃହ, ରାଜସ୍ଵ ଓ ପ୍ରଶମନ, ଗୃହ ଓ ନଗର ଉନ୍ନୟନ, ମହାନିର୍ଦେଶକ ପୋଲିସ ଓଡିଶା ସରକାର ସହିତ, ରାଜସ୍ୱ କମିଶନର, ପୋଲିସ ଡିଜି ସମେତ ବ୍ରହ୍ମପୁର ଏସପି ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ଏହି ଦେଶଦ୍ରହୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ସହିତ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛନ୍ତି । ପୋଲିସ ପ୍ରଶାସନ ତୁରନ୍ତ ଏଫ ଆଇ ଆର ରୁଜୁ କରି ଉପରୋକ୍ତ ଅଧିକାରୀଙ୍କୁ ଗିରଫ ନକଲେ ଭାରତୀୟ ବିକାଶ ପରିଷଦ ମାନ୍ୟବର କୋର୍ଟଙ୍କ ଆଶ୍ରୟ ନେବାକୁ ସୂଚନା ଦେଇଛନ୍ତି । ଏହି ଗଣଧାରଣରେ କିଶୋର ଚନ୍ଦ୍ର ପାତ୍ର, ମାଧବ ଜେନା, ଗୁରୁ ଚରଣ ପାତ୍ର, ରାଜେନ୍ଦ୍ର ଦଳବେହେରା, ସାଗର ଦାସ, ଝୁନୁ ଦାସ, ଆକାଶ ଦାସ, ମୁରଲୀ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ବୋଲି ବିବିପି ଉପସଭାପତି କିଶୋର ଚନ୍ଦ୍ର ପାତ୍ର ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା