ବିଶିଷ୍ଟ ସମାଜସେବୀ ଅଚ୍ୟୁତ ରାମ ସାବତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶାସନ ଆମ୍ବଗା ନିବାସୀ ବିଶିଷ୍ଟ ସମାଜସେବୀ ଓ ପରିବେଶବିତ ତଥା ମହାନ୍ ସଂଘ ସଭାପତିଙ୍କ ପିତା ସ୍ୱର୍ଗତ ଅଚ୍ୟୁତ ରାମ ସାବତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ହିଲପାଟଣା ସ୍ଥିତ କଲ୍ୟାଣ ମଣ୍ଡପରେ କୋଭିଡ ଗାଇଡ ଲାଇନ ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ରାଜ୍ୟ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସୁବାଷ ମହାରଣା, ଅଳୀକିଶୋରେ ପଟ୍ଟନାୟକ, ଡ. ସନ୍ତୋଷ ପାଢ଼ୀ, ଡ. ସୁନିଲ କୋଟା, ଟି. ଗୋପୀ, ଜଗନ୍ନାଥ ସାବତ, ସଙ୍ଘମିତ୍ରା ଦଳାଇଙ୍କ ସମେତ୍ ବହୁ ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତିତ୍ଵଙ୍କ ସମେତ ତାଙ୍କ ପୁତ୍ର ତଥା ବିଶିଷ୍ଟ ସମାଜ ସେବୀ ସୁଶାନ୍ତ କୁମାର ସାବତ, ପୁତ୍ର ଇ. ସୁବାଷ ଚନ୍ଦ୍ର ସାବତ, କୃଷ୍ଣ ଚନ୍ଦ୍ର ସାବତ, ଶ୍ରୀକାନ୍ତ ଚନ୍ଦ୍ର ସାବତ, ଭାଇ ଇ. ଅଭିରାମ ସାବତ, ଜ୍ବାଇଁ ଡ. ବିନୋଦ ସାବତ, ଝିଅ ଶ୍ରୀମତୀ ଅଳକା କୁମାରୀ ସାବତ, ବୋହୁ ଶ୍ରୀମତୀ ସୁଷମା ସାବତ, ରଶ୍ମିତା ସାବତ, ସୁନୀତା ସାବତ, ନାତି ବିକାଶ ଚନ୍ଦ୍ର ସାବତ, ବିସମିତା ସାବତ, ଅଶ୍ରିବାଦ ସାବତ, ହରପ୍ରିୟ ସାବତ, ଆଶିଷ ସାବତ, ଆଦ୍ୟାଶ୍ରୀ ସାବତ, ଜୟଶ୍ରୀ ସାବତ, ମନିଷା ସାବତ, ବିଜୁ ଜନତା ଦଳ ବ୍ରହ୍ମପୁର ନଗର ସଭାପତି ବିଜୟ କୁମାର ସାମଲଙ୍କ ସମେତ ପରିବାର ସଦସ୍ୟ ବନ୍ଧୁବର୍ଗ ଯୋଗଦାନ କରିଥିଲେ ଏବଂ ସମୃଦ୍ଧ ଓଡିଶାର ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା