ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୁରବାର ଦିନ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗ ଦେବଙ୍କ ନେତୃତ୍ୱରେ ଓଡିଶା ସରକାର ବିଶ୍ୱ ବିଦ୍ୟାଳୟ ଗୁଡିକ ଅମଲାତନ୍ତ୍ରୀକରଣ, ରାଜନୀତିକରଣ ଓ ଶିକ୍ଷାର ମାନଦଣ୍ଡ ହ୍ରାସ କରିବାର ଯେଉଁ ଚକ୍ରାନ୍ତ କରିଛନ୍ତି ତାହା ବିରୁଦ୍ଧରେ ସ୍ଥାନୀୟ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଆଡ୍‌ମିନିଷ୍ଟ୍ରେଟିଭ୍ ବ୍ଲକ୍ ସମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସୂଚନା ଯୋଗ୍ୟ ଯେ ଓଡିଶା ସରକାର କିଛିଦିନ ତଳେ ବିଶ୍ୱବିଦ୍ୟାଳୟ ଅଧୀନିୟମ ଆଇନ୍ -୧୯୮୯ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ୍ -୨୦୦୫ର ପ୍ରତ୍ୟାହାର କରିଛନ୍ତି । ତେବେ ଏହି ପ୍ରତ୍ୟାହାର ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱାୟତତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ଡ କୁ ହ୍ରାସ କରିବ ବୋଲି ଯୁବ ମୋର୍ଚ୍ଚା ସଭାପତି ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ଅଧିନିୟମରେ ପ୍ରଧ୍ୟାପକ ମାନଙ୍କ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ରାଜନୈତିକ ହସ୍ତକ୍ଷେପ ରହିବାର ସୁଯୋଗ ରହିଥିବା ସହ କୁଳପତିଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ କରିବ।ଏହା ଦ୍ୱାରା ଯୁଗ ଯୁଗ ପାଇଁ ଶିକ୍ଷା ଓ ଗବେଷଣାର ମାନ ହ୍ରାସ ପାଇବା ସହ ବିଶ୍ୱବିଦ୍ୟାଳୟ ଗୁଡିକ ସାଧାରଣ କଲେଜ ପରି କାମ କରିବେ । ଛାତ୍ର, ସମାଜ ଏବଂ ଦେଶର ଭବିଶ୍ୟତ ପାଇଁ ଏହା ଏକ ଚିନ୍ତାଜନକ ବିଷୟ । ଏଣୁ ଏହାର ବିରୋଧରେ ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚାର କର୍ମୀ ମାନେ ହାତରେ ପ୍ଲାକାର୍ଡ ଧରି ସରକାରଙ୍କ ଏହି ନଷ୍ପତିକୁ ବିରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍. ରାଜେନ୍ଦ୍ର କୁମାର, ବିକେଶ ପାଣିଗ୍ରାହୀ, କିରନ୍ କୁମାର ସାହୁ, ମଧୁ ସାହୁ, ଚନ୍ଦନ ସାହୁ, ଜଗଦୀଶ ପ୍ରଧାନ, ଶିବ ପ୍ରସାଦ ପାତ୍ର, ସୋମନାଥ ପାତ୍ର, ପ୍ରଦୀପ ପଟ୍ଟନାୟକ, ଓଡି ଶ୍ରୀନୁ, ଦେବରାଜ ରେଡ୍ଡୀ, ଲଚ୍ଛେୟା ପାତ୍ର, ଟୁଟୁ ରାଓ, ସୁମିତ ପାତ୍ର, ଚିତ ପଣ୍ଡା, ପବିତ୍ର ପାତ୍ର, ଦେବା, ବିକ୍ରମ ପାଣିଗ୍ରାହୀ, ଜି.କୁରୁମ ପ୍ରମୂଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା