ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ରବିବାର ଦିନ ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ବିନାୟକ ରଥଙ୍କ ପୌରହିତ୍ୟରେ ଗଞ୍ଜାମ ଜିଲ୍ଳା ସଭାପତି ବିଭୂତି ଭୂଷଣ ଜେନା ଓ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କ ଉପସ୍ଥିତିରେ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବିଜେପିର ଇତିହାସ ସମ୍ବନ୍ଧରେ ବାଳକୃଷ୍ଣ ସାମନ୍ତରାୟ, ଭାଜପା ଓ ଆମର ଦାୟିତ୍ଵ ସମ୍ବନ୍ଧରେ ରାଜେଶ ସାହୁ, ଭାରତର ବୈଚାରିକ ମୁଖ୍ୟ ଧାରା ସମ୍ବନ୍ଧରେ ମହନ୍ତ ଚିନ୍ମୟାନନ୍ଦ, ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧରେ ଗଙ୍ଗାଧର ଶତପଥି, ଅନ୍ତ୍ୟୋଦୟ ସମ୍ବନ୍ଧରେ ମଦନ ମୋହନ ପାତ୍ର, ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସମ୍ବନ୍ଧରେ ସିଦ୍ଧାନ୍ତ ଗଙ୍ଗଦେବ, ଆତ୍ମନିର୍ଭରତା ସମ୍ବନ୍ଧରେ ନିରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଭାଜପାର ସମାଜ ପ୍ରତି ଥିବା ଦାୟିତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ । ଏହି ଶିବିରରେ ଜିଲ୍ଳା ଉପ-ସଭାପତି ପ୍ରଭାତ କିରଣ ଷଡଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିବ ଶଙ୍କର ଶତପଥି ମଞ୍ଚ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା