“ବିଜେଡି ସରକାରର ଅସଲ ଗୁମର ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ”: ଭି.ଚନ୍ଦ୍ରଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେଡି ନେତୃତ୍ବାଧିନ ରାଜ୍ୟ ସରକାରଙ୍କ ବେଆଇନ କାର୍ଯ୍ୟକଳାପ ଓ ନିଷ୍କ୍ରୀୟତାକୁ ଖୋଦ ବିଜେଡିର କୋର ଟିମ୍ ସଦସ୍ୟ, ପୂବତନ ସାଧାରଣ ସମ୍ପାଦକ, ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ୩ଥର ବିଧାୟକ ପ୍ରଦୀପ ପୀଣିଗ୍ରାହୀ ପଦାରେ ପକାଇଲେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ । ଏହାସହ ସେ କହିଛନ୍ତି ଯେ, ପ୍ରଦୀପ ପାଣିଗ୍ରାହୀ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଛନ୍ତି ଯେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ନିବାଚନ ଜିତିବାକୁ ବିଜେଡି ପ୍ରଚୁର ପରିମାଣର ବେଆଇନ ଅଥ ଖଚ୍ଚକରିଛନ୍ତି । ସେ ବିଜେଡି ଦଳର ନେତା ହିସାବରେ ବେଆଇନ ଅଥ ପ୍ରୟୋଗ କରି ଏହି ଦୁଇ ଜିଲ୍ଲାରେ ସବାଧିକ ଆସନ ହାତେଇଛନ୍ତି । ବେଆଇନ ଭାବେ ଲୋକମୀନଙ୍କୁ ପ୍ରଭାବିତ ମଧ୍ୟ କରିଛନ୍ତି ବୋଲି ମଧ୍ୟ ଶ୍ରୀ ପୀଣିଗ୍ରାହୀ ସ୍ୱୀକାର କରଛନ୍ତି । ପ୍ରଦୀପ ପାଣିଗ୍ରାହୀ ତାଙ୍କ ସାମ୍ବାଦିକ ସମ୍ମଳନୀରେ ବାରମ୍ବାର ଗୋଟିଏ କଥା ଦୋହରାଉ ଥିଲେ ଓଡିଶାରେ ପ୍ରଶାସନିକ ଅଧିକାରୀ ମାନଙ୍କ ଶାସନ ଚାଲିଛି ଓ ବିଧାୟକ/ମନ୍ତ୍ରୀମାନେ ଜଣେ ଜଣେ କୁକୁର ଭଳିଆ ଅଛନ୍ତି । ଅର୍ଥାତ ରାଜ୍ୟରେ ଏକଛତ୍ରବାଦ, ଅଗଣତୀନ୍ତ୍ରିକ ଓ ହିଟଲରୀ ଶାସନ ଚାଲିଛି । ସେ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟର ଅଦେଶାନୁସାରେ ନିବାଚନ ସମୟରେ ବେଆଇନ ଅର୍ଥ ଅବଣ୍ଟନ କରୁଥିଲେ । ସେ ଅନ୍ୟଏକ ଗୁରତ୍ବପୂଣ୍ନ ତଥା ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ କହିଛନ୍ତି କୋଭିଡ ପରିଚାଳନାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ୧୦୦ରୁ ଉଦ୍ଦ ପତ୍ର ଲେଖିଛନ୍ତି କିନ୍ତୁ ପଦକ୍ଷେପ ଶୂନ । ସରକାରଙ୍କର ସବୁ ଦୋଷଦୁବଳତାକୁ ପଦାରେ ପକାଇ ଥିବାରୁ ତାଙ୍କ ଘର ଉପରେ ଚଢାଉ ତଥା ହାରାସମେଣ୍ଟ କରାଯିବାର ସମ୍ଭାବନା ରହିଛି । ତେଣୁ ବାସ୍ତବରେ ବିଜେଡି ନେତୃତ୍ବାଧିନ ବିଜେଡି ସରକାର କିଭଳି କାର୍ଯ୍ୟ କରୁଛି ସେ ଗୋଟି ଗୋଟି କରି ସବୁ କହିଛନ୍ତି । ତେଣୁ ଏସବୁକୁ ଆଖି ଆଗରେ ରଖି ଗତ ୨୨ ବର୍ଷର ରିପୋର୍ଟ କାଡ ରାଜ୍ୟ ସରକାର ଲୋକଙ୍କ ନିକଟରେ ରଖିବାକୁ ଶ୍ରୀ ନାଇଡୁ ଦାବୀ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ସ୍ୱାଭିମାନୀ ଓଡିଆର ବର୍ତ୍ତମାନ ପରିସ୍ଥିତି…….କୃଷକ ଏବେ ରାସ୍ତାରେ, ସୀମାରେ ଯବାନକୁ ହତ୍ୟା, ଯୁବ ସମାଜ ବେକାର,
ପ୍ରାଥମିକ ଶିକ୍ଷା ଦିଶାହୀନ, ସାମାଜିକ ବିକାଶ ଶୂନ, ବ୍ୟବସାୟୀ ଗୋଷ୍ଠୀ ଚାପଗ୍ରସ୍ତ, ମହାମାରୀ ନିୟନ୍ତ୍ରଣରେ ସରକାର ବିଫଳ, ସରକାରୀ କର୍ମଚାରୀ ଚାପଗ୍ରସ୍ତ……ଆମର କଣ ଏ ସବୁର ଆବଶ୍ୟକତା ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା