ଭଲ କାମ କରିଥିବା ଅଙ୍ଗନୱାଡି କର୍ମୀଙ୍କ ଚାକିରୀ ଗଲା…

ଶେରଗଡ (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଳକର ଲାଗଡା ଗ୍ରାମରେ ଗତ ୨ତାରିଖ ଦିନ ସକାଳୁ ୨ୟ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଗର୍ଭବତୀ, ପ୍ରସୂତୀ ମହିଳା ଶିଶୁମାନଙ୍କ ସେବା କରିସାରି କରୋନା କାର୍ଯ୍ୟ ତଦାରଖ କରି ଦିନ ଗୋଟାଏ ବେଳେ ଭୋକରେ ଆଉଟୁପାଉଟୁ ହୋଇ କେନ୍ଦ୍ର ବନ୍ଦ କରି ଖାଇବାକୁ ଯାଇଥିବା ବେଳେ ଦିନ ଗୋଟାଏ ସମୟରେ ଭଞ୍ଜନଗର ଉପଜିଲାପାଳ ସେପଟେ ଦେଇ ଯାଉଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ଥିବା ଦେଖି ଅଙ୍ଗନୱାଡି କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରିଥିବା ଜଣାପଡିଛି । କୁଲାଗଡ ଦୁଇ କେନ୍ଦ୍ର କର୍ମୀ ଗୀତାଞ୍ଜଳି ନାୟକକୁ କାର୍ଯ୍ୟାନ୍ତର ଆଦେଶ ସିଡିପିଓକୁ ଦେଲେ, ସିଡିପିଓ କିଛି ନ ବୁଝି ନ ସୁଝି ଅଙ୍ଗନୱାଡି କର୍ମୀଙ୍କୁ କେନ୍ଦ୍ରରୁ କାର୍ଯ୍ୟାନ୍ତର ଆଦେଶ କଲେ । ସିଡିପିଓ କିପରି ଜାଣିପାରିଲେ ନାହିଁ, ଅଙ୍ଗନୱାଡି କର୍ମୀମାନେ ସକାଳ ନଅରୁ ସାଢେ ବାର କିମ୍ବା ଗୋଟାଏ ଯାଏଁ କେନ୍ଦ୍ରରେ ରହିବା କଥା, ଏହାକୁ ସେ କିପରି ଉପଜିଲାପାଳଙ୍କୁ ବୁଝାଇପାରିଲେ ନାହିଁ । କର୍ମୀ ମାନଙ୍କର ପିଲାଛୁଆ ଘର ସଂସାର ପେଟ ଚାଖଣ୍ଡକ କଥା କଣ ବୁଝିବେ ନାହିଁ । ଏହି ଘଟଣା ପରେ ଗାଁରେ ତୀବ୍ର ଉତେଜନା ଓ ଅସନ୍ତୋଷ ସୃଷ୍ଟି ହୋଇଛି । ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ସଂପୃକ୍ତ କର୍ମୀକୁ ଏହି କେନ୍ଦ୍ରରେ ପୁନଃ ନିଯୁକ୍ତି କରିବାକୁ ଦାବି ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା