ବ୍ଲକ କାର୍ଯ୍ୟାଳୟରେ ଦଳୀୟ ହୁଡ଼ିଙ୍ଗ ମାରିବା ଓ ତାହାର ପ୍ରତିବାଦରେ ଜଳେଶ୍ଵର ଭାଜପା ତରଫରୁ ବିଡ଼ିଓଙ୍କୁ ଦାବୀପତ୍ର…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଭାଜପା ତରଫରୁ ଏକ ଦାବିପତ୍ର ଗତକାଲି ସକାଳ ୧୦ ଘଟିକା ସମୟରେ ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କୁଁହରଙ୍କୁ ପ୍ରଦାନ କରାଯାଉଛି । ଗତ ୩ ଦିନ ଧରି ଜଳେଶ୍ଵର ବ୍ଲକ ପରିସରରେ ବିଜେଡି ଦଳର ଏକ ବଡ଼ ହୁଡିଙ୍ଗ ଟଙ୍ଗାକୁ ନେଇ ଭାଜପା ଦଳର କେତେକ କର୍ମୀ ଓ ନେତାମାନେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରକାଶ କରିଥିବା ବେଳେ, ଆଜି ତାର ପ୍ରତିବାଦ ସ୍ବରୂପ ଦଳ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଉଛି । ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଙ୍ଘନ କରୁଅଛି । ବ୍ଲକ କାର୍ଯ୍ୟାଳୟ ହୋଇ ଥିବାରୁ ଜନ ସାଧାରଣଙ୍କୁ ସାମ୍ବିଧାନିକ ପ୍ରକ୍ରିୟାରେ ସେବା ଯୋଗାଇବା ପରିବର୍ତ୍ତେ ବିଜେଡି ଦଳର ଏକ ବଡ଼ ହୁଡ଼ିଙ୍ଗ ଲଗାଇ ଲୋକଙ୍କୁ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରୁ ଥିବାରୁ ନ୍ୟାୟିକ ବ୍ୟବସ୍ଥା ଉପରେ ସନ୍ଦେହ ସୃଷ୍ଟି କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଭାଜପାର ଦାବିପତ୍ରରେ ଦର୍ଶାଯାଇଛି । ଏହି ହୁଡ଼ିଙ୍ଗ ଯଦି ୨୪ ଘଣ୍ଟା ମଧ୍ୟରେ ବ୍ଲକ ପରିସରରୁ ଅନ୍ୟତ୍ର ସ୍ଥାନାନ୍ତରିତ କର ନ ଯାଏ, ତାହାଲେ ଭାଜପା ଜଳେଶ୍ଵର ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରା ଯିବ ବୋଲି ଦର୍ଶାଯାଇଛି । ଏହି ଦାବୀପତ୍ର ଭାଜପା ନେତା ଫାଲଗୁନୀ ପାଣିଗ୍ରାହି ବରିଷ୍ଠ ନେତା ଅରୁଣ କୁମାର ବେଜ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ମିଡ଼ିଆ ସଂଯୋଜକ ଜଗନ୍ନାଥ ଗୋଛାୟତ, ସଂଗ୍ରାମ କୁମାର ଜେନା, ଅରୁଣ କୁମାର ଦାସ, ଶେଖ ସୁଲତାନ, ବିନୋଦ କୁମାର ଦତ୍ତ, ଯତୀନ୍ଦ୍ର ସେନାପତି, ମନମୋହନ ଆଚାର୍ଯ୍ୟ, ସନ୍ଦୀପ ସେଠୀ, ଜିଲ୍ଲା ଭାଜପା ମିଡ଼ିଆ ସଂଯୋଜକ ସତ୍ୟବ୍ରତ ପଣ୍ଡା, ରାଜୀବ କୁମାର ଘୋଷ, ମାନସ କୁମାର ବେହେରା ଓ ରାମକୃଷ୍ଣ ସାହୁ ପ୍ରମୁଖ ପ୍ରଦାନ କରିଥିଲେ। ପରେ ପରେ ଉକ୍ତ ହୁଡ଼ିଙ୍ଗକୁ ଖୋଲା ଯାଇଥିବା ଜଣାପଡ଼ିଛି ।

ରିପୋର୍ଟ : ଭୂପତି ପରିଡା