ଦୁର୍ଲଭ ବ୍ରହ୍ମ କମଳ ଫୁଲ ଫୁଟିଛି ଜଣେ ରାଜମିସ୍ତ୍ରୀଙ୍କ ବଗିଚାରେ : ଦେଖିବାକୁ ବହୁ ଲୋକର ଭିଡ଼…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅଧିନ ଓଲମାରା ପଞ୍ଚାୟତର ଓଲମରା ଗ୍ରାମର ବେଣୁଧର ବେହେରାଙ୍କ ଘର ବଗିଚାରେ ଦୁର୍ଲଭ ବ୍ରହ୍ମକମଳ ଫୁଲ ଫୁଟିଛି । ବେଣୁଧର ରାଜମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିବା ବେଳେ ବର୍ତ୍ତମାନ ବୃଦ୍ଧ ଅବସ୍ଥାରେ ଆଉ କାମ କରିବା ସକ୍ଷମ ନ ଥିବାରୁ ତାଙ୍କ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଗଛ ଗୁଡ଼ିକର ଯତ୍ନ ନେଉଛନ୍ତି । ୧୦ ମାସ ପୂର୍ବରୁ ସେ ଏହି ଫୁଲ ଗଛଟିକୁ ଲଗାଇ ଥିଲେ । କ୍ରମାଗତ ଭାଵେ କଡ଼ରୁ ଫୁଲ ଫୁଟିବାକୁ ପ୍ରାୟ ୨୦/୨୫ ଦିନ ସମୟ ଲାଗିଥାଏ । ବଗିଚାରେ ୬ଟି ବ୍ରହ୍ମକମଳ ପୁଷ୍ପ ଫୁଟିବା ତାଙ୍କର ଓ ପରିବାର ଶ୍ରମ ସାର୍ଥକ ହୋଇଛି ବୋଲି ସେ ଓ ପରିବାର ଲୋକ କହିଛନ୍ତି । ସନ୍ଧ୍ୟାରେ ଫୁଲ ଫୁଟି ଥିବାରୁ ସୁନ୍ଦର ଦୃଶ୍ୟ ଦେଖିବାକୁ ଆଖପାଖର ବହୁ ଲୋକ ଭିଡ ଜମାଉ ଥିବା ଦେଖିବାକୁ ମିଳିଛି । ଏହି ଦୁର୍ଲଭ ଫୁଲ ବଗିଚାରେ ଫୁଟିବା ଭଗବାନଙ୍କ ପ୍ରତ୍ୟକ୍ଷ ଆଶିର୍ବାଦ ରହିଛି ବୋଲି ବୁଦ୍ଧିଜୀବି ମାନେ କହିବା ସହିତ ବିଶ୍ୱାସ କରି ଗଛଟିକୁ ପୂଜାର୍ଚ୍ଚନା କରାଯାଉଛି ।

ରିପୋର୍ଟ : ଭୂପତି ପରିଡା