ବ୍ରାଉନ୍‌ସୁଗର କାରବାରରେ ଅନ୍ୟତମ ମାଷ୍ଟର ମାଇଣ୍ଡଘରେ ଏସ୍‌ଟିଏଫର ଚଢାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଂଗରୁ ଓଡିଶାର ବିଭିନ୍ନ ପ୍ରାନ୍ତକୁ ବ୍ରାଉନ୍‌ସୁଗର ଯୋଗାଇ ଆସୁଥିବା ରାଜ୍ୟର ଅନ୍ୟତମ ମାଷ୍ଟାରମାଇଣ୍ଡି ଟକୁଲରାଜାର ଘର ଜଳେଶ୍ୱର ଅଂଚଳରେ ହୋଇଥିବାରୁ ବିଭିନ୍ନ କାରଣରୁ କ୍ରାଇନ୍ ବ୍ରାଞ୍ଚର ଏସ୍‌ଟିଏଫ ଶାଖା ପକ୍ଷରୁ ତାର ଘରେ ଚଢାଉ ହୋଇଯାଇଛି । ଟକଲୁ ବ୍ରାଉନ୍‌ସୁରର ବିଭିନ୍ନ କାର୍ଯ୍ୟରେ ଜଡିତ ଥିବାର ଠୋସ୍ ପ୍ରମାଣ ଏସ୍‌ଟିଏଫ ଶାଖା ପାଇଥିବା ବେଳେ ଧରାପଡୁନଥିବାରୁ କ୍ରାଇମ୍‌ବ୍ରାଞ୍ଚର ମୁଣ୍ଡବ୍ୟଥାର କାରଣ ହୋଇଛି । ଜଳେଶ୍ୱର ଅଂଚଳରେ ବିଭିନ୍ନ ସମୟରେ ସେ ଆସି ରହୁଥିବାର ସନ୍ଧାନ ପାଇ ଏସ୍‌ଟିଏଫ ଟିମ୍ ତା ଘରେ ଚଡାଉ କରିଥିଲେ ମଧ୍ୟ ନିଷ୍ଫଳ ହୋଇ ଫେରିଛନ୍ତି । ଏହା ସହିତ ଏସ୍‌ଟିଏଫର ୩ଜଣିଆ ଟିମ୍ ତା ଶ୍ୱଶୁରଘରେ ଚଢାଉ କରିଛି । ସେକ୍ ରିଆସତ୍ ତୁଲା ଟକୁଲୁର ଶ୍ୱଶୁର ହୋଇଥିବାରୁ ଏସ୍‌ଟିଏଫ ଟିମ୍ ଦୀର୍ଘ ୨ଘଣ୍ଟା ଧରି ରାଜପୁରରେ ଅବସ୍ଥାନ କରି ସଂପର୍କୀୟମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହା ସହିତ ଟକୁଲୁ ର କେଉଁ ସଂପକୀୟମାନେ ଓଡିଶାରେ, ରାଜ୍ୟ ବାହାରେ ଓ ଦେଶ ବାହାରେ ରହିଛନ୍ତି ସେ ସଂପର୍କରେ ମଧ୍ୟ ସମସ୍ତ ତଥ୍ୟ ଏସ୍‌ଟିଏଫ ଟିମ୍ ସଂଗ୍ରହ କରିଛି । ଟକୁଲୁ ଓରଫ ସେକ୍ ମସିରୁଦ୍ଦିନ ବିଭିନଦ୍ନ ବଡବଡ ବ୍ରାଉନ୍‌ସୁଗର ଘଟଣାରେ ସଂପୃକ୍ତ ଥିଲେ ମଧ୍ୟ ପୁଲିସ୍ କ୍ରାଇମ୍‌ବ୍ରାଞ୍ଚଞ୍ଚର ଏସ୍‌ଟିଏଫର ଆଖିରେ ଧୂଳିଦେଇ ବିଭିନ୍ନ ସ୍ଥାନରେ ବୁଲୁଛି । କେବଳ ଏତିକି ନୁହେଁ ସେ ଏବେ ବିଭିନ୍ନ କାରବାରରେ ସଂପୃକ୍ତ ଥିବାର ଚଡାଉ କରିଥିବା ଜଣେ ସଦସ୍ୟ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବଂଲାଦେଶରୁ ବର୍ଦ୍ଧମାନ ଏବଂ ସିଧାସଳକ ଦୀଘା ରାସ୍ତାରେ ଧଳା ଜହର ଆଣି ବ୍ୟବସାୟ ଚଳାଇ ଆସୁଥିବା ସେକ୍‌ବାର୍ଡର ସାଦ୍ଦିକ ଅହମ୍ମଦକୁ ଗତ ରବିବାର ଜଳେଶ୍ୱର ପୁଲିସ୍ ଧରିବାପରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଟିମ୍ ମଧ୍ୟ କେତେକ ଘଟଣାରେ ପଚରାଉଚରା କରିଛି । ଗତ କିଛିମାସ ପୂର୍ବେ ସାଦ୍ଦିକ ଅହମ୍ମଦ ସେକ୍‌ବାର୍ଡ ଅଂଚଳରେ ଭଡଘରେ ରହୁଥିବା ବେଳେ ଏବେ ବିରାଟକାୟ ପ୍ରାସାଦ ନିର୍ମାଣ ଆଲୋଚ୍ୟର ବିଷୟ ହୋଇଛି । ସୋମବାର ଜଳେଶ୍ୱର ପୁଲିସ୍ ଆଇଆଇସି ଧନେଶ୍ୱର ସାହୁ, ନାମ୍ପୋ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର ଓ ଏଏସ୍‌ଆଇ ସତ୍ୟନାରାୟଣ ବଳ ନାମ୍ପୋର ଜଣେ ଗ୍ରାମରକ୍ଷୀଙ୍କ ସହାୟତାରେ ୪୦୦ ଗ୍ରାମ ବ୍ରାଉନ୍‌ସୁଗର ଧରିବାରେ ସଫଳ ହୋଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା