ଜଳେଶ୍ୱର ବ୍ଲକର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଆସନ୍ତା ୬ରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଗ୍ରାମାଞ୍ଚଳ ଲୋକ ସୁବିଧା ଦୃଷ୍ଟିରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଚଳିତବର୍ଷ ଜଳେଶ୍ୱର ବ୍ଲକ ଅଂଚଳରେ ଥିବା ଭିନ୍ନକ୍ଷମ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଚିହ୍ନଟ, ସହାୟତା ଯୋଗାଇ ଦେବାଲାଗି ନବନିଯୁକ୍ତ ବିଡିଓ ଦିପ୍ତିରଂଜନ ସେଠି ଏକ ବୈଠକରେ ଆହ୍ୱାନ କରିଥିଲେ । ଏଥିରେ ଶ୍ରୀ ସେଠି ଅଧ୍ୟକ୍ଷତା କରିଥିବା ବେଳେ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମୁଣ୍ଡ, ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ତଥା ମଂଗଳ ଅଧିକାରୀ ସୁଜୟ କୁମାର ଚାନ୍ଦ, ସେକ୍‌ସନ ଅଫିସର ଅଧିର କୁମାର ପ୍ରମାଣିକ, ତିଳୋତ୍ତମା ପଣ୍ଡା, ପଂଚାୟତରାଜର ନିର୍ବାଚିତ ପ୍ରତିନିଧି ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୬ତାରିଖରେ ଜଳେଶ୍ୱର ହାଇସ୍କୁଲ ପରିସରରେ ଭୀମଭୋଇ ସାମର୍ଥ ଶିବିର ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା