ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନିଯୁକ୍ତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବିଜେଡି ନିଯୁକ୍ତ କରିଥିବା ଜଣାପଡିଛି I ଏଥିସହ ବିଜେଡି ଆଜି ୬ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଭାବେ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି ।ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ଆସନର ପର୍ଯ୍ୟବେକ୍ଷକ, କୋରେଇ ବିଧାୟକ ଅଶୋକ ବଳଙ୍କୁ ତେଲକୋଇ ବିଧାନସଭା ଆସନର ପର୍ଯ୍ୟବେକ୍ଷକ, ଆଶୀଷ ଚକ୍ରବର୍ତ୍ତୀଙ୍କୁ ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଏବଂ କୁନବିହାରୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣା ପଡିଛି । ଆଜି ବିଜେଡି ସଭାପତି ତଥା ମୂଖ୍ୟମନ୍ତ୍ରୀ ଏହି ନିଯୁକ୍ତି ଦେଇଥିବା ଜଣାପଡିଛି I