ବ୍ରହ୍ମପୁର ମହାନଗର ନିଗମ ଲାଂଜିପଲ୍ଲୀ ସିଙ୍ଗିବନ୍ଧ ହୁଡ଼ାରେ ସୁଲଭ ଶୌଚାଳୟ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲାଂଜିପଲ୍ଲୀ ସିଙ୍ଗିବନ୍ଧ ହୁଡ଼ା ଉପରେ ପୂର୍ବତନ ଉପନଗରପାଳଙ୍କ ପଟ୍ଟାଜମିକୁ ମିଶାଇ ଏକ ସୁଲଭ ଶୌଚାଳୟ ନିର୍ମାଣ ଚାଲିଥିବାରୁ ଏହାକୁ ବନ୍ଦ କରିବାପାଇଁ ତୀବ୍ର ବିରୋଧାଭାସ ଲାଗିରହିଛି । ପୂର୍ବତନ ଉପନଗରପାଳ ଭଗବାନ ଗନ୍ତାୟତଙ୍କ ଜମି ଉପରେ ଏହି ନିର୍ମାଣ କାର୍ଯ୍ୟ ହେଉ ଥିବା ନେଇ ସେ ଏହାର ପ୍ରତିବାଦ କରି ତାକୁ ହଟାଇବା ପାଇଁ ପୌର ନିଗମକୁ ଜଣାଇଛନ୍ତି । ପୌର ନିଗମ କେବେ ହେଲେ ଏନକ୍ଲୋଜ କରେ ନାହିଁ । ବରଂ ଏନକ୍ଲୋଜକୁ ଜନସାଧାରଣଙ୍କର ସୁବିଧା ପାଇଁ ହଟାଏ । ପୌର ନିଗମର କୌଣସି ବୋର୍ଡ ନାହିଁ । କେତେ ଏସ୍ଟିମେଟ, ପ୍ରକଳ୍ପ କଣ ଶୁଣିଲା ପରେ ସେ ମହାନଗର ନିଗମ କମିଶନରଙ୍କୁ ଲିଖିତ ଭାବେ ଜଣାଇଲେ । ମହାନଗର ନିଗମର ଏନଫୋର୍ସମେଣ୍ଟ ଅଫିସର ତାଙ୍କର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ସେହି ଜାଗାରେ ପହଞ୍ଚି ଏହା ହେଉଛି ପୌର ନିଗମର ଜାଗା , ଆମେ ତାହା କରିପାରିବୁ ବୋଲି ସୂଚନା ଦେଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ କିଛି ଲୋକଙ୍କ ସହ ଗନ୍ତାୟତ ଜଣାଇଛନ୍ତି ଯେ ନିଗମର କେଉଁଠି ହେଲେ ନିଜର ଜାଗା ନଥାଏ । ନିଗମ ଜନସାଧାରଣଙ୍କର ଏବଂ ରାସ୍ତା ପାଇଁ ଉଭୟ ପକ୍ଷ ଜାଗା ଛାଡ଼ିଥାନ୍ତି । ମହାନଗର ନିଗମ ଜନସାଧାରଣଙ୍କର ସୁବିଧା ପାଇଁ ରାସ୍ତା ନିର୍ମାଣ କରିଥାଏ । ପାନୀୟ ଜଳ, ବିଦ୍ୟୁତ ଇତ୍ୟାଦି ଦେଇଥାଏ । ପୋଖରୀର ଉନ୍ନୟନ ପାଇଁ ହୁଡ଼ାରେ ବୃକ୍ଷରୋପଣ, ଚତୁର୍ଦ୍ଦିଗ ଫେନସିଙ୍ଗ, ଲୋକେ ଯେମିତି ପୋଖରୀରେ ନ ପଡନ୍ତି, ଆଲୋକ ଏବଂ ଜନସାଧାରଣଙ୍କ ପାଇଁ ଶୌଚାଳୟର ସୁବିଧା ପାଇବେ ନିଗମ ତାହା କରିଥାଏ । ସେ ପୁଣି କହିଛନ୍ତି ଯେ ଏହି ସିଙ୍ଗିବନ୍ଧର ଚତୁର୍ଦ୍ଦିଗ ପାଇଁ ରାସ୍ତାର ଏସ୍ଟିମେଟ ହୋଇ ଟେଣ୍ଡର ହୋଇ ସାରିଛି । ଅଧାରାସ୍ତା କଂକ୍ରିଟ ହୋଇ ସାରିଛି । ଗୋଟିଏ ସୁଲଭ ଭଗ୍ନାବସ୍ଥାରେ ରହିଛି । ଗୋଟାଏ ନୂତନ ଶୁଲଭ ଜନସାଧାରଣଙ୍କ ପାଇଁ ଦିଆଯାଇଛି । ଯେଉଁ ରାସ୍ତା ଉପରେ ନିର୍ମାଣ ପାଇଁ ଚେଷ୍ଟା ଚାଲିଛି, ସେହି ଜାଗା ଲୋକଙ୍କ ପାଇଁ ରାସ୍ତା । ଅପର ପଟେ ମୋ ଜାଗା ସାମନାରେ ମୋର ପଟ୍ଟା ଜାଗା ଉପରେ କିପରି ପୌର ନିଗମ ଏହା କରିବ ? ଏନଫୋର୍ସମେଣ୍ଟ ଅଫିସରଙ୍କୁ ମୁଁ ସେୟା ବୁଝାଇଲି ଏବଂ କହିଲି ମୋର ଜମି ସମ୍ବର୍ଦ୍ଧିୟ ସମସ୍ତ ଡକ୍ୟୁମେଣ୍ଟ ମୁଁ କମିଶନରଙ୍କୁ ଦେଉଛି । ଆପଣ ପ୍ରକୃତ ତଥ୍ୟକୁ କମିଶନରଙ୍କୁ ଜଣାନ୍ତୁ । ମୁଁ ପୌର ସଦସ୍ୟ ଭାବେ ୧୯୮୪ ଠାରୁ ୨୦୧୩ ପର୍ଯ୍ୟନ୍ତ ବିଭିନ୍ନ ଜାଗାରୁ ନିର୍ବାଚିତ ହୋଇ ଲୋକଙ୍କୁ ସେବା ଦେବା ସହ ସମସ୍ତ ସୁବିଧା ଦେବାରେ ସବୁବେଳେ କାମ କରି ଆସିଛି । କମିଶନରଙ୍କୁ ମୁଁ ଅନୁରୋଧ କରୁଛି, ସେ ତାଙ୍କରି ମୂଲ୍ୟବାନ ସମୟ ଭିତରୁ କିଛି ସମୟ ଦେଇ ଏହା ଅନୁଧ୍ୟାନ କରନ୍ତୁ ଏହା ଯୋଗୁଁ ରାସ୍ତା ବନ୍ଦ ହୋଇଯାଉଛି ।ଏଠାରେ କୌଣସି ସୁଲଭର ଶୌଚାଳୟର ଆବଶ୍ୟକତା ନାହିଁ । ସେ ପାଖରେ ମଧ୍ୟ କୌଣସି ଜନବସତି ନାହିଁ ।ସବୁ ଶିକ୍ଷିତ ଲୋକ ରହିଛନ୍ତି । ସମସ୍ତଙ୍କର ଟଏଲେଟ ସୁବିଧା ନିଜର ରହିଛି ।ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଭଗବାନ ଗନ୍ତାୟତ ଓ ତାଙ୍କ ସମର୍ଥକ ମାନେ ଜଣାଇଛନ୍ତି ।

ରିପୋର୍ଟ : ସ୍ୱତନ୍ତ୍ର ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା