ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ପକ୍ଷରୁ ତମାଖୁ ନିରୋଧ କର୍ମଶାଳା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବୁଧବାର ଦିନ ବ୍ରହ୍ମୁପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନ ପକ୍ଷରୁ ନୂତନ ସମ୍ମିଳନୀ କକ୍ଷରେ ତମାଖୁ ନିରୋଧ କର୍ମଶାଳା ହୋଇଯାଇଛି। ବ୍ରହ୍ମପୁର ରୋଟାରୀ କ୍ମବ ସେଣ୍ଟ୍ରାଲ ସହଯୋଗରେ ଆୟୋଜିତ କର୍ମଶାଳାକୁ କୁଳିପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଶୂଭାରମ୍ଭ କରିବା ସହ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ତମାଖୁ ମୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ। ସାଂପ୍ରତିକ ପରିସ୍ଥିତିରେ ଆଜିକାର ଯୁବ ପିଢୀ ପଥଭ୍ରଷ୍ଟ ହୋଇ ତମାଖୁ କବଳରେ ପଡି ନିଜର ସ୍ବାସ୍ଥ୍ୟାହାନୀ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ତମାଖୁ ନୋରଧ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ତମାଖୁ ବର୍ଜନ ସହ ଏକ ତମାଖୁ ମୁକ୍ତ ପରିବେଶ କିପରି ସୃଷ୍ଟି ହୋଇପାରିବ ସେ ନେଇ ବ୍ୟାପକ ସଚାତନତା ସୃଷ୍ଟି ହୋଇପାରିବ ବୋଲି କୁଳପତି କହିଛନ୍ତି। ବିଶିଷ୍ଟ ଛାତିରୋଗ ବିଶେଷଜ୍ଞ ପ୍ରଫେସର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତମାଖୁ ସେବନର କୁପ୍ରଭାବ ଓ ଏହାଦ୍ବାରା ସୃଷ୍ଟି ହେଉଥିବା ବିଭିନ୍ନ ରୋଗର ଲକ୍ଷଣ ସଂପର୍କରେ ବିସୃତ ଭାବେ ଆଲୋଚନା କରିଥିଲେ। ବିଶ୍ବରେ ତମାଖୁ ସେବନ ଦ୍ବାରା ପ୍ରତି 4 ସେକେଣ୍ଡରେ ଜଣଙ୍କ ମୃତ୍ୟୁ ହେଉଥିବା ବେଲେ ବହୁ ସଂଖ୍ୟାରେ ଯୁବପିଢୀ ଏହାଦ୍ବାରା ଆକ୍ରାନ୍ତ ହେଉଥିବା ସେ କହୁଛନ୍ତି। ତମାଖୁ ସେବନରୁ ନିଜକୁ ଦୁରେଇ ରଖିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ ତମାଖୁ ମୁକ୍ତ ପରିବେଶ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହାସହ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିବା ତମାଖୁ ନିରୋଧ ଅଭିଯାନକୁ ପ୍ରଶଂସା କରିବା ସହ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ତମାଖୁ ବର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ବ୍ରହ୍ମପୁର ରୋଟାରୀ କ୍ମବ ସେଣ୍ଟ୍ରାଲ ସଭାପତି ମହୋନ ସୁବୁଦ୍ଧି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ତମାଖୁ ଅଭିଯାନରେ ରୋଟାରୀ କ୍ଲୁବର ସହଯୋଗିତା ପାଇଁ ପ୍ରତିଶୃତି ବଦ୍ଧ ଥିବା କହିଥିଲେ। ଆଗାମୀ ଦିନରେ ବ୍ହହ୍ମୁପୁର ରୋଟାରୀ କ୍ଲବ ସେଣ୍ଟାଲ ଓ ଏନଏସଏସ ସହାୟତାରେ ଦନ୍ତ ଚିକିତ୍ସା ଓ ଆଖି ପରୀକ୍ଷା ପାଇଁ ସ୍ବାସ୍ଥ୍ୟଶିବିର ଆୟୋଜନ କରିଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏନଏସଏସ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ବିଭାଗରୁ ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। କର୍ମାଶାଳା ଏଥିରେ ତମାଖୁ ସଚେତନତା ସହ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ମାଗଣା ଛାତି ପରୀକ୍ଷା କରାଯାଇଥିଲେ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ କର୍ମଶାଳାକୁ ପରିଚାଳନା କରିଥିବା ବେଳେ ଡକ୍ଟର ଇତିଶ୍ରୀ ଗୀତା କୁମାରୀ ଏଥିରେ ସହଯୋଗ କରିଥିଲେ। ଶେଷ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଙ୍କର୍ଷଣ ମଲ୍ଲିକ ସଫଳ କର୍ମଶାଳା ଆୟୋଜନ ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। କର୍ମଶାଳାରେ ବ୍ହହ୍ମୁପୁର ରୋଟାରୀ କ୍ଲବ ସେଣ୍ଟାଲର ସଂପାଦକ ଜୟରାମ ରାଜୁ, ବିଶିଷ୍ଟ ସ୍ବେଚ୍ଛାସେବୀ ଆଶା ମିଶ୍ର, ଶାନ୍ତୁନୁ ସାମନ୍ତରାୟ, ସୌମ୍ୟଶ୍ରୀ ସାହୁ ପ୍ରମୂଖ ଯୋଗ ଦେଇଥିଲେ।

ରିପୋର୍ଟ : ନିମାଇ ଚରଣ ପଣ୍ଡା