ଢେଙ୍କାନାଳରେ ରାଜ୍ୟସ୍ତରୀୟ ସାମ୍ବାଦିକ ସଂଘ ଗଠିତ

ଢେଙ୍କାନାଳ(ସମୃଦ୍ଧ ଓଡିଶା)ଆଞ୍ଚଳିକ ଶିଳ୍ପାଞ୍ଚଳ ସାମ୍ବାଦିକ ଆସୋସିଏସନ୍ ପକ୍ଷରୁ କର୍ମକର୍ତ୍ତା ନିର୍ବାଚନ।।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନିମବାହାଳି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ପୂର୍ବାହ୍ନ ୩.୩୦ ମିନିଟ୍ ରେ ଏକ ନୂତନ ରାଜ୍ୟ ସ୍ତରୀୟ ସାମ୍ବାଦିକ ସଙ୍ଘ ଗଠିତ ହେଇଥିଲା। ଭାରତ ସରକାରଙ୍କର ମିନିଟ୍ରି ଅଫ୍ କର୍ପୋରେଟ୍ ଅଧିନରେ ପଞ୍ଜିକରଣ କରାଯାଇ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ସଭାପତି ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ, ଉପସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଧିର, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜଗନ୍ନାଥ ନାୟକ, ଯୁଗ୍ମ ସମ୍ପାଦକ,ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା,ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ବିଶ୍ବାଳ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରୁଦ୍ରନାରାୟଣ ଧଳ, ଉପଦେଷ୍ଟା, ଶ୍ରୀଯୁକ୍ତ ଦୀପକ୍ କୁମାର ନାୟକ, ଉପଦେଷ୍ଟା ଆଇନଜୀବୀ ଶ୍ରୀଯୁକ୍ତ ବିଘ୍ନରାଜ ମହାପାତ୍ର, ସଂଯୋଜକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସ୍ୱାଇଁ, ସଦସ୍ୟ ଭାବେ ଶ୍ରୀଯୁକ୍ତ ଗୋବର୍ଦ୍ଧନ ସାହୁ,ଶ୍ରୀଯୁକ୍ତ ଅନାମ ଚରଣ ବେହେରା,ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ, ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମହାପାତ୍ର, ଶ୍ରୀମତୀ ମାମାଲି ଦେବସ୍ମିତା ନାୟକ (ସଂଯୋଜିକା) ଓ ମିଡ଼ିଆ ସେଲ୍ ପ୍ରମୁଖ ଶ୍ରୀଯୁକ୍ତ ଲୋକେଶ୍ କୁମାର ସାହୁ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ଆଗକୁ ଏହି ସାମ୍ବାଦିକ ସଙ୍ଘ ଅଞ୍ଚଳର ବିକାଶ ପାଇଁ କାମ କରିବ ବୋଲି ସଙ୍ଘର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି ।

ରିପୋର୍ଟ : ରଜତ କୁମାର ମହାପାତ୍ର