ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ଦାବି କରି ଓଡ଼ିଶା ଡେଭଲପେମଣ୍ଟ ଫୋରମ ଓ ଅନ୍ୟାନ୍ୟ ସଙ୍ଗଠନର ମାନବ ଶୃଙ୍ଖଳ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ଦାବି କରି ଓଡ଼ିଶା ଡେଭଲପେମଣ୍ଟ ଫୋରମ ଓ ଅନ୍ୟାନ୍ୟ ସଙ୍ଗଠନର ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ଡାେମଷ୍ଟିକ ଓ କାରଗୋ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ଗତ ୬ ମାସ ହେଲା ପ୍ରତିବାଦ ସଭା, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଜନ ସେଚତନତା ସଭା, ମନ୍ତ୍ରୀ, ବିଧାୟକ, ଜିଲ୍ଲପାଳ ଓ ଅନ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ଓ ସେହିମାନଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାର ଏକ ମାସ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାପି ବିମାନ ବନ୍ଦର ପ୍ରତିଷ୍ଠାର ଅଗ୍ରଗତି ସମ୍ପର୍କେର କୌଣସି ସୂଚନା ଜିଲ୍ଲାପାଳଙ୍କ ଠାରୁ ମିଳିନାହିଁ । ତେଣୁ ଆଜି ୧୮ ଜାନୁଆରୀ, ୨୦୨୧ରେ ଏକ ବିରାଟ ହ୍ୟୁମାନ ଚେନ (Human Chain)ରେ ଠିଆ ହୋଇ ଓଡ଼ିଶା ଡେଭଲପେମଣ୍ଟ ଫୋରମ ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ଶତାଧିକ ସଙ୍ଗଠନ ପ୍ରତିବାଦ କରିବା ସହ ବିମାନ ବନ୍ଦର ଶୀଘ୍ର ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ଏହି ହ୍ୟୁମାନ ଚେନ ଉପଜିଲ୍ଲାପାଳ କାର୍ଯ୍ୟାଳୟ (Human Chain Sub-collector office) କୋର୍ଟପଟାରୁ ଆରମ୍ଭ ହୋଇ କମାପଲ୍ଲୀ ଛକ ପର୍ଯ୍ୟନ୍ତ ଲମ୍ବିଥିଲା । ଏଥିରେ ଶତାଧିକ ଜନତା ଓ ବୁଦ୍ଧିଜୀବି ଅଂଶ ଗ୍ରହଣ କରିଥିଲେ । ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ଉପଜିଲ୍ଲାପାଳଙ୍କ ଜରିଆେର କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, 5T ସଚିବ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରେର ଓଡ଼ିଶା ଡେଭଲପେମଣ୍ଟ ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପ ସଭାପତି ଶ୍ରୀମତୀ ବବିତା ପାତ୍ର, ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢୀ, ଟୁନା ମହାରଣା, ପ୍ରକାଶ ପ୍ରଧାନ, ଭି. ସୋମେଶ୍ୱର ରାଓ, ଭିଏସ. ବାଶନ୍, ବହୁମୁଖି ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଗଣ ସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶୀଳ ଉତ୍କଳ ସମାଜ ଗଣ ସଂଗଠନର ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ, ମନୋରଞ୍ଜନ ପଣ୍ଡା, ଅଜୟ ସାହୁ, ଜେ. ସୁରେଶ, ପ୍ରୀତିଶ୍ ପାଣିଗ୍ରାହୀ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ଗୁରୁଦତ୍ତ ପଣ୍ଡା, ଗଞ୍ଜାମ ବାର ଆସୋସିଏସନ୍ ବନମାଳୀ ଅଜୟ, ନେହାଲ ଭି, ଗଞ୍ଜାମ ଜିଲ୍ଲା ଚାମ୍ବର୍ ଅଫ୍ କମର୍ସର ଏ. ସୋମେଶ ବାବୁ, ଶ୍ରୀକାନ୍ତ ପାଢ଼ୀ, ବାଳକୃଷ୍ଣ ସାମନ୍ତରାୟ, ଅବିଭାବକ ମହାସଂଘର ମଧୁସୂଦନ ସାହୁ, ଋଷିକୁଲ୍ୟା କୃଷକ ମହାସଂଘ-ଆସିକାର କାର୍ତ୍ତିକ ନାରାୟଣ ସ୍ୱାଇଁ, Divine Charityର ବିରଞ୍ଚି ନାରାୟଣ ସାହୁ, ଧର୍ମା ରାଓ, ୟୁ. ରବି ଗେଟ୍ ବଜାର ସଂଘ, ବି. ଶଙ୍କର ପାତ୍ର, UNNS ବୁଗୁଡା, NIST ଓ ଅନ୍ୟ କେଲଜର ଛାତ୍ର ଓ ପୂର୍ବ ଛାତ୍ର, ଗଞ୍ଜାମ ଜିଲ୍ଲା ଏେଜନ୍ଟ ସଂଘ ଓ ଅନ୍ୟ ଗଣ ସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଦାବିପତ୍ର ଦେଇ ବ୍ରହ୍ମପୁରରେ ବିମାନ ବନ୍ଦର ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ବରାନ୍ବିତ କରିବା ଓ ସରକାରି ଅବେହଳାରୁ ଜିଲ୍ଲାକୁ ମୁକ୍ତ କରିବା ଲକ୍ଷରେ ଓଡ଼ିଶା ଡେଭଲପେମଣ୍ଟ ଫୋରମ୍ ପକ୍ଷରୁ ଏହି ପଦକ୍ଷପ ନିଆଯାଉଛି । ସୁଚନାେଯାଗ୍ୟ, ଏହି ପ୍ରତିନିଧି ମଣ୍ଡଳ ଗତ ଦିନରେ ଗଞ୍ଜାମ ଜିଲ୍ଲାପାଳ, ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲଦାର, ବ୍ରହ୍ମପୁର ସାଂସଦ ଓ ବିଧାୟକ, ଗଞ୍ଜାମ ଜିଲ୍ଲା ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତ ବିଶେଷ, ବିଭିନ୍ନ ଓକିଲ ସଂଘ, ବଣିକ ସଂଘ, ଯୁବକ ସଂଗଠନ ଓ ସାଧାରଣ ଜନତାଙ୍କୁ ଭେଟି ଜିଲ୍ଲାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସବୁ ସ୍ଥରରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା