ବ୍ରହ୍ମପୁର ଟ୍ରାଫିକ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ଆତଙ୍କକୁ ପ୍ରତିହତ କରିବା ପାଇଁ ଲକ୍‌ଡ଼ାଉନ୍ ଜାରି କରାଯାଇଥିବାରୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଇଥିବାରୁ ବୋହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଟ୍ରାଫିକ ଥାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଟ୍ରାଫିକ ଡିଏସପି ସାର୍ଥକ ରାୟ, ରକ୍ତ ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ବସ ୟୁନିଅନ ସମ୍ପାଦକ ସନ୍ତୋଷ ପତି, ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ଶ୍ରୀନିବାସ ପାତ୍ର, ଉପ ସଭାପତି ଜୁବୁଲl ସାମନ୍ତରାୟ, କୋଷାଧ୍ୟକ୍ଷ ଅନୀଲ ପାତ୍ର, ହାବିଲଦାର ଗୋପାଳ ଚନ୍ଦ୍ର ପଣ୍ଡା, ଡ୍ରାଇଭର ରଞ୍ଜନ କୁମାର ପାତ୍ର ସମେତ ପୋଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହାସହ ବ୍ରହ୍ମପୁର ଟ୍ରାଫିକ ଡ଼ିଏସପି ସାର୍ଥକ ରାୟ ଯୋଗଦେଇ ରକ୍ତ ଦାନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୩୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ବସ ମାଲିକ ରମେଶ ଚନ୍ଦ୍ର ପାତ୍ର ଓ ବସ କର୍ମଚାରୀ ମାନେ ମଧ୍ୟ ଯୋଗଦେଇ ରକ୍ତଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା