ବ୍ରହ୍ମପୁର ଖଲ୍ଲିକୋଟ କଲେଜର ପୂର୍ବତନ ସଭାପତି ନିକକଣ୍ଠ ମହାପାତ୍ରଙ୍କ ମୃତ୍ୟୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ପରିଚିତ ଚେହେରା ତଥା ଖଲ୍ଲିକୋଟ କଲେଜର ତତ୍କାଳୀନ ସଭାପତି ଏବଂ କଂଗ୍ରେସ ଦଳର ଜଣେ ପୁରୁଣା ନେତା ନୀଳକଣ୍ଠ ମହାପାତ୍ରଙ୍କ ଆଜି ମୃତ୍ୟୁ ଘଟିଛି । ସୂଚନା ଯେ,୧୯୮୯-୯୦ ମସିହାରେ ସେ ଖଲ୍ଲିକୋଟ କଲେଜର ସଭାପତି ଥିଲେ । ବାସ୍କେଟ ବଲ ଖେଳି ସେ ସହରର ଏକ ପରିଚିତ ବ୍ୟକ୍ତିତ୍ୱ ହୋଇଯାଇଥିଲେ । ଖଲ୍ଲିକୋଟ କଲେଜ ଷ୍ଟାଡିଅମରେ ବାସ୍କେଟ ବଲ ଖେଳୁଥିବା ବେଳେ ଲୋକେ ତାଙ୍କୁ ବାଘ ବୋଲି ମଧ୍ୟ କହୁଥିଲେ । ସେ ଅନେକ ଥର ଜାତୀୟସ୍ତରରେ ମଧ୍ୟ ବାସ୍କେଟବଲ ଖେଳିଛନ୍ତି । ଏକ ସମ୍ରାନ୍ତ ଘରେ ଜନ୍ମ ହୋଇଥିଲେ ମଧ୍ୟ କୌଣସି ପରିସ୍ଥିତିରେ ସେ କିଛି ବର୍ଷ ପୂର୍ବେ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥିଲେ । କିଛି ବର୍ଷ ପୂର୍ବେ ସେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ ଗୋଡଟି ଭାଙ୍ଗି ଯାଇଥିଲା । ଏପରି ପରିସ୍ଥିତିରେ ସେ କିଛି ଦିନ ହେଲା ଜେନେନା ହସ୍ପିଟାଲ ରୋଡ଼ ସମ୍ମୁଖରେ ଥିବା ହେମ ଲଜ୍ଜରେ ସେ ଏକ ମାସ ଧରି ରହୁଥିଲେ । ଗତକାଲି ରାତିରୁ ସେ ଉକ୍ତ ଲଜ୍ଜରେ ଭିତର ପଟୁ କବାଟ ଦେଇ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଶବ ସେଠାରୁ ଜବତ କରିବ ବୋଲି କୁହାଯାଇଛି ।