ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିରେ ସ୍କୁଲ୍ ଫିସ୍ ବୃଦ୍ଧି ଯୋଗୁଁ ଅଭିଭାବକ ମହଲରେ ଉଦବେଗ : ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାରେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ଦ୍ୱାରା ମନୋମୁଖି ସ୍କୁଲ୍ ଫିସ୍ ଧାର୍ଯ୍ୟ, ଅଭିଭାବକମାନଙ୍କୁ ଶୋଷଣ ଓ ବେଆଇନ୍ କାର୍ଯ୍ୟକୁ ପ୍ରତିହତ ବା ନିୟନ୍ତ୍ରଣ କରିବା ପାଇଁ ଦାବୀ କରି ଆଜି ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ  ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବେସରକାରୀ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ଆସୁଥିବା ବିଭିନ୍ନ ଅଭିଯୋଗର ଶୁଣାଣୀ, କରୋନାରେ ମାସିକ ଫି ଏବଂ ଆଡ଼ମିସନ ଫି ଆଦାୟ ବନ୍ଦ କରିବା, ପୁସ୍ତକ ଚଢ଼ା ଦରରେ ବିକ୍ରି ବନ୍ଦ କରିବା, ଶିକ୍ଷାନୁଷ୍ଠାନ ଶୃଙ୍ଖଳିତ କରିବା, ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଶିକ୍ଷା ଓ ପିଲାମାନଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ଧ୍ୟାନ ପ୍ରଦାନ କରିବା ସହ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଛି । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଅବଲମ୍ବନ କରାଯିବ ବୋଲି ସଙ୍ଘ ର ରାଜ୍ୟ ଉପସଭାପତି ଶୁଭ ପ୍ରସାଦ ପଣ୍ଡା ଓ ଜିଲ୍ଲା ଆବାହକ ରଘୁ ମିଶ୍ର ଜଣାଇଛନ୍ତି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା