“ବେଟି ବଚାଓ ଓ ବେଟି ପଢାଓ” ସଚେତନତା ବାର୍ତ୍ତା ନେଇ ପୋଲିସ୍ ଏଏସ୍ଆଇଙ୍କ ସାଇକେଲ ଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆନୂଆ ଯୋଜନା ଓ ପ୍ରକଳ୍ପ ଘୋଷଣା କରୁଥିବା ବେଳେ ଆଜି ଏକ ପ୍ରକଳ୍ପକୁ ଜଣେ ସରକାରୀ କର୍ମଚାରୀ ଛୁଟି ନେଇ ସାଇକେଲରେ ଦେଶସାରା ଭ୍ରମଣ କରି ବେଟି ବଚାଓ ଓ ବେଟି ପଢାଓ ସଚେତନତା ସୃଷ୍ଟି କରିଛନ୍ତି । ଦେଶରେ ବାଳିକା ମାନଙ୍କ ସ୍ୱାକ୍ଷରତା ଓ ଜନ୍ମହାର କମୁଥିବାରୁ ଏଥିପାଇଁ ଜନସଚେତନତା ସୃଷ୍ଟି କରିବାପାଇଁ ମହାରାଷ୍ଟ୍ରର ପୁନେ ଜିଲା ଅନ୍ତର୍ଗତ ବାରାମତି ଥାନାର ଜନୈକ ପୁଲିସ୍ ଏଏସ୍ଆଇ ଏକ୍ନାଥ ଜନାର୍ଦ୍ଦନ ଦେଶମଣୀ (୪୮) ଗତ ନଭେମ୍ବର ୧୪ ତାରିଖରୁ ନିଜ ଗ୍ରାମରୁ ବାହାରି ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଓଡିଶା ସହିତ ବିଭିନ୍ନ ରାଜ୍ୟ ସମେତ୍ ସମଗ୍ର ଦେଶ ଭ୍ରମଣ କରିବା ପରେ ପଡୋଶୀ ଦେଶ ନେପାଳଭ୍ରମଣ କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ ଆଜି ସୋମବାର ଦିବା ୧୨ ଘଟିକା ସମୟରେ ଜଳେଶ୍ୱର ଥାନାରେ ପହଞ୍ଚିବାପରେ ତାଙ୍କୁ ନୂତନଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି ଧନେଶ୍ୱର ସାହୁ ଓ ପୂର୍ବତନ ଆଇଆଇସି ପ୍ରଦୀପ କୁମାର ମାଝୀ ସ୍ୱାଗତ କରିଥିଲେ । ସେ ନିଜର ଯାତ୍ରା ସଂପର୍କରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେବା ସହିତ ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ଜଳ ସଂରକ୍ଷଣ, ବିଦ୍ୟୁତ୍ ସଂରକ୍ଷଣ, ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ପ୍ରଭୃତି ସଚେତନତା ସୃଷ୍ଟି କରି ଆସନ୍ତା ୪ ଫେବୃଆରୀ ୨୦୨୦ ରେ ନିଜ ସହରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଥିଲେ । ପରେ ସେ ଏଠାରୁ ସାଇକେଲ ଯୋଗେ ପଶ୍ଚିମବଂଗର ଖଡଗପୁର ଦେଇ ଉତ୍ତରପୂର୍ବ ରାଜ୍ୟ ଯଥା ଆସାମ, ଅରୁଣାଚଳପ୍ରଦେଶ, ମିଜରାମ, ମେଘାଳୟ ପ୍ରଭୃତି ହୋଇ ନେପାଳ ଯିବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା