ବେଗୁନିଆପଡା ପୋଲିସ ତରଫରୁ ”ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ…

ବେଗୁନିଆପଡା (ସମୃଦ୍ଧ ଓଡିଶା) ସାରା ଓଡ଼ିଶା ଓ ପୂରା ଓଡ଼ିଆ ଜାତି ଗାଇଲା ‘ବନ୍ଦେ ଉତ୍କଳ ଜନନୀ’ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି ଆଜି ସନ୍ଧ୍ୟା ୫.୩୦ ସମୟରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବେଗୁନିଆପଡା ଫାଣ୍ଡିରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଛି । ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଓ ସମସ୍ତ ପୋଲିସ କର୍ମ ଚାରିମାନେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଛନ୍ତି । ବାର୍ତ୍ତମାନ ସମୟରେ ପୋଲିସ ମାନେ ହେଉଛନ୍ତି ଜଣେ ଜଣେ କରୋନା ଯୋଦ୍ଧା । ଏଭଳି ସମୟରେ ପୋଲିସ କର୍ମଚାରୀଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତ୍ତିବଦ୍ଧତା ମଧ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୋଇଥିବା ବେଳେ ଏଭଳି କଠିନ ସମୟରେ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ଅନ୍ୟମାନଙ୍କ ପାଇଁ ଏହି ସମ୍ମାନ ଜଣାଇଛି ବେଗୁନିଆପଡା ପୋଲିସ ।

ରିପୋର୍ଟ : ହାରପ୍ରସାଦ ବିଷୋୟୀ