ଖବର ପ୍ରସାରଣ ପରେ ଜବର ଦଖଲରେ ଥିବା ପୁର୍ତ୍ତବିଭାଗର ନୟନଯୋରୀ ହେଲା ଉଚ୍ଛେଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ନିକଟ ୫୭ତମ ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ର ନୟନଯୋରି ପୁର୍ତ୍ତବିଭାଗର ହୋଇଥିଲେ ମଧ୍ୟ ବହୁ ସ୍ଥାନରେ ଜବର ଦଖଲ ହୋଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ସମାନ୍ୟ ବର୍ଷା ହେଲେ ସେଠାରେ ପାଣି ଜମି ରହୁଥିବାରୁ ଲୋକଙ୍କ ବହୁ ଅସୁବିଧା ସୃଷ୍ଟି ହୋଇ ଆସୁଥିଲା । ଏ ସଂପର୍କରେ ଖବର ପ୍ରସାରଣ ପରେ ଆଜି ପ୍ରଶାସନ ତତ୍ପର ହୋଇ ଉଠିଛି । ଅଭିଯୋଗ ପରେ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଆଜି ଅପରାହ୍ନରେ ଜେଇ ବୁଦ୍ଧିରାମ ସିଂଙ୍କ ଉପସ୍ଥିତିରେ ଜେସିବି ଦ୍ୱାରା ମାଟିତାଡି ଜମିଥିବା ପାଣିର ନିଷ୍କାସନ କରାଯାଇଥିଲା । ଫଳରେ ପାଣି ଘେରରେ ଥିବା ୬ ପରିବାର ଉପକୃତ ହୋଇଥିବା ଜଣାପଡିଛି ।

ରିପୋର୍ଟ : ଭୂପତି କୁମାର ପରିଡା