ବେଗୁନିଆପଡାରେ ବିଜେଡିର କର୍ମୀ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ଖଲିକୋଟ ରାଣୀ ସୁଜ୍ଞାନୀ ଦେଓ …

ଛତ୍ରପୁର (ସମୃଦ୍ଧ ଓଡିଶା) କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବେଗୁନିଆପଡା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମଜିଲ୍ଲାର ବିଜେଡିର ବରିଷ୍ଠ ନେତ୍ରୀ ତଥା ସ୍ଥାନୀୟ ବିଧାୟକା, ଖଲିକୋଟ ରାଣୀ ସେହେବା ଭି. ସୁଜ୍ଞାନୀ ଦେଓ ଯୋଗ ଦେଇଥିବା ବେଳେ ଭଞ୍ଜନଗର ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ଜିଲ୍ଲାପରିଷଦ ସଭ୍ୟ ସ୍ନେହଲତା ପଣ୍ଡା, ବ୍ଲକ ଅଧ୍ୟକ୍ଷା ରାଜଲକ୍ଷ୍ମୀ ଦୋରା, ବିଜେଡି ଜିଲ୍ଲା ଉପସଭାପତି ଅରୁଣ କୁମାର ପଣ୍ଡା, ପୂର୍ବତନ ବିଧାୟକ ଆଦିକନ୍ଦ ସେଠି, ସୁରଥ ପ୍ରଧାନ, ବିଜୟ ଦୋରା, ତ୍ରିନାଥ ଭୂୟାଁ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟମାନେ ଯୋଗ ଦେଇଥିଲେ . ଗତକାଲି ଅନୁଷ୍ଠିତ ଏହି ବିଜେଡି ସମାବେଶ ନିର୍ବାଚନ ମଣ୍ଡଳୀରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା