ବିଶ୍ୱ ବନ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ବନ ଦିବସ ଗଞ୍ଜାମ ଜିଲ୍ଲା ବଟେଶ୍ୱର ବେଳାଭୂମି ଠାରେ ସତ୍ୟସ୍ ଆର୍ଟ ଏଣ୍ଡ କ୍ରାଫ୍ଟ, ବ୍ରହ୍ମପୁର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦର ମିଳିତ ସହଯୋଗରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ମାର୍ଚ୍ଚ ୨୧ ତାରିଖ ଦିନ ବିଶ୍ୱ ବ୍ୟାପି ବନ ଦିବସ ପାଳିତ କରାଯାଉଅଛି । ଜଙ୍ଗଲ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ପୁନରୁଦ୍ଧାର ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ଦ୍ୱାରା ନିର୍ମିତ ପ୍ରକୃତି ସୁରକ୍ଷା ବାଲୁକା କଳା ପ୍ରମୁଖ ଆକର୍ଷଣ ହୋଇଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ ମାନେ ବାଲୁକା କଳା ଦେଖି ଖୁସି ପ୍ରକାଶ କରିଥିଲେ । ସ୍ୱେଚ୍ଛାସେବୀ ମାନେ ସମୁଦ୍ର ବେଳାଭୂମି ସଫା କରିବା ସହ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।