ବିଶୋଧନ ହେଲା କଣ୍ଟେନମେଣ୍ଟ ଓ ବରଫ ଜୋନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ କଣ୍ଟେନମେଣ୍ଟ ଓ ବରଫ ଜୋନକୁ ବିଶୋଧନ କରାଯାଇଛି । ସୂଚନା ଯେ, ଛତ୍ରପୁର ଠାରେ ଗତକାଲି ଦୁଇ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏନଏସିର ବାରାକ୍ ସାହିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ରିକ୍କାପଲ୍ଲୀ ଛକ, ଶଙ୍କର ମଠ ସାହି, ରାମଲକ୍ଷ୍ମୀ ନଗର ଓ ବିଦ୍ୟାଧର ନଗରକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ବରାକ୍ସ ସାହିକୁ ସଂଲଗ୍ନ କରୁଥିବା ଯାତାୟତ ରାସ୍ତାକୁ ବାରିକେଡ୍ ବାନ୍ଧି ସିଲ୍ କରାଯାଇଥିବା ବେଳେ ଲୋକଙ୍କୁ ବାହାରକୁ ଆସିବା ମନା କରାଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଏନଏସି ପକ୍ଷରୁ ଛତ୍ରପୁର ଫାୟାର ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି । ଏହା ସହିତ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କୁ କଂନଟାକ୍ସ ଟ୍ରେସିଂ କରାଯାଉଛି ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା