ବଜ୍ରପାତରେ ପୋଡିଲା ନଡ଼ିଆ ଗଛ : ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅଧୀନ କୋଟସାହି ଗ୍ରାମ ପଞ୍ଚାୟତର ସାନରାଉତପଡ଼ା ଗ୍ରାମର ଏକ ବଡ଼ ବିପଦରୁ ବର୍ତ୍ତୀଲେ ପରିବାର ଲୋକେ ବୋଲି ଜଣାପଡିଛି । ସୂଚନା ଯେ, ଗତକାଲି ତା-୨୬/୬/୨୦ ରିଖ ସନ୍ଧ୍ୟା ୭ଟା ସମୟରେ ସାନରାଉତପଡ଼ା ଗ୍ରାମର ରାଜେନ୍ଦ୍ର ବଡୁ, ନଗେନ୍ଦ୍ର ବଡୁ ଓ ମହେଶ୍ୱର ବଡୁଙ୍କ ଘରର ଏକ ମିଟର ଦୂରତାରେ ଥିବା ନଡ଼ିଆ ଗଛରେ ବଜ୍ରପାତ ହେବା ଫଳରେ ଗଛଟି ସମ୍ପୂର୍ଣ ପୋଡ଼ି ଯାଇଥିଲା ଏବଂ ପାଖରେ ଥିବା ରୋଷେଇ ଘରର କାନ୍ଥଟି ଫାଟି ଯାଇଛି । ବଜ୍ରପାତର ଶବ୍ଦ ଏତେ ପ୍ରଖର ଥିଲା ଯେ ପାଖାପାଖି ଲୋକେ ଭୟବୀତ ହୋଇ ପଡ଼ି ଥିଲେ ।  

ରିପୋର୍ଟ : ଭୂପତି କୁମାର ପରିଡା