ବିଶିଷ୍ଟ ସମାଜସେବୀ ରତ୍ନାକର ମଣିଆଙ୍କର ୧00ତମ ଜୟନ୍ତୀ ପାଳିତ

ଭୁବନେଶ୍ବର(ସମୃଦ୍ଧଓଡିଶା)ରତ୍ନାକର ମଣିଆ ଫାଉଣ୍ଡେସନ ତରଫରୁ ସହିଦ୍ ନଗର କଲ୍ୟାଣୀ ମଣ୍ଡପ ଠାରେ ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ରତ୍ନାକର ମାଣିଆ ଙ୍କର 100 ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଉକ୍ତ ସଭାରେ ଫାଉଣ୍ଡେସନ ର ସଭାପତି ପ୍ରଫୁଲ୍ଲ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ଯ ଅତିଥି ଭାବେ ଭୁବନେଶ୍ବର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,ଯୋଗ ଦେଇ ଥିବା ବେଳେ ବାଲେଶ୍ବର ଫକୀର ମୋହନ ବିଶ୍ଵବିଦ୍ୟାଳୟ ର କୁଳପତି ଡଃ କୁମର ବର ଦାଶ,ସ୍ତାନୀୟ କର୍ପୋରେଟର ରାଜ କିଶୋର ଦାସ ,ସ୍ଵର୍ଗତ ରତ୍ନାକର ମାଣିଆ ଙ୍କର ଜ୍ୟେଷ୍ଠ ପୁତ୍ର ବରିଷ୍ଠ କ୍ରିକେଟ କୋଚ୍ କିଶୋର ମାଣିଆ, ସମାଜ ବାଦୀ ପାର୍ଟ ର ରାଜ୍ଯ ସଭାପତି ରବି ବେହେରା ଓ ବିଜୁପଟ୍ଟନାୟକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କାର୍ତ୍ତିକ ପୃଷ୍ଟି ପ୍ରମୁଖ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ନିଜ ନିଜର ଅଭିଭାଷଣ ଦେଇ ଥିଲେ ।ଫାଉଣ୍ଡେସନ୍ ପକ୍ଷରୁ ତିନି ଜଣ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କୁ ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା ।ପ୍ରକାଶ ଥାଉକି ସ୍ଵର୍ଗତ ରତ୍ନାକର ମାଣିଆ ଏକ ଧାରାରେ ଜଣେ ପରୋପକାରୀ ଶିକ୍ଷାବିତ୍ ଓ ସମାଜସେବୀ ଥିଲେ ।ସେ ସଦାବେଳେ ଦଳିତ ପତିତ ଓ ନିର୍ଯ୍ୟାତିତ ଲୋକ ମାନଙ୍କ ର ସୁଖ ଦୁଃଖ ର ସାଥୀ ଥିଲେ ।ଏପରିକି ସେ ଯାଦବ ସମ୍ପ୍ରଦାୟ ତଥା ପଛୁଆବର୍ଗ ର ବିକାଶ ପାଇଁ ଯାହା କରିଛନ୍ତି କେବେବି କେହି ପୂରଣ କରି ପାରିବେ ନାହିଁ ।ପରିଶେଷରେ ଫାଉଣ୍ଡେସନ୍ ର କୋଷାଧ୍ୟକ୍ଷ ବ୍ରଜେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର