ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ…

ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ଥିବା ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀ ସମ୍ମିଳନୀ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ପ୍ରତାପ ଖାଡଙ୍ଗା ଏବଂ ଅନ୍ୟତମ ଅତିଥି ଭାବେ ବିଷ୍ଣୁପ୍ରିୟା ପତି, ଲଷ୍ମୀ ପ୍ରିୟ ବେହେରା, ପରିଚାଳନା କମିଟି ସଭାପତି ଶଙ୍କର ସେଠୀ, ରବି ନାରାୟଣ ବରିହା, ବିଳାସ କୁମାର ପୋଲାଇ, ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ପଣ୍ଡା, କାଦମ୍ବିନୀ ପାଣିଗ୍ରାହୀ, ଅମୀୟ ରଞ୍ଜନ ଭୂୟାଁ ଏବଂ ସୁବଳ କହଁର ଅଂଶ ଗ୍ରହଣ କରିଥିଲେ । କରୋନା ଦାଉରୁ ରକ୍ଷା ପାଇ ବିଦ୍ୟାଳୟ ମାନଙ୍କରେ ୧୦୦ଦିନିଆ ପାଠପଢାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ତାହାକୁ ପାଳନ କରିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଅଭିଭାବକଙ୍କ ଦାୟିତ୍ୱ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀଯୁକ୍ତ ପଣ୍ଡା ମତବ୍ୟକ୍ତ କରିଥିଲେ । ପ୍ରଥମେ ଶିକ୍ଷକ ନିରଞ୍ଜନ ଗୌଡ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ସନ୍ତୋଷ ପାଗଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ସମସ୍ତ କର୍ମକର୍ତ୍ତାମାନେ ସୁପରିଚାଳନା କରିଥିଲେ ।

ରିପୋର୍ଟ : ଡ଼ଃ.କୁମୁଦ ଚନ୍ଦ୍ର ବେହେରା