ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷଙ୍କୁ ନେଇ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ବୈଠକ ଅନୁଷ୍ଠିତ କରାଯାଇଛି l ଏଥିରେ ସର୍ବମୋଟ ୩୦ ଗୋଟି କଲେଜର ଅଧ୍ୟକ୍ଷ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ପ୍ରଥମଥର ପାଇଁ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ଥିବା ତେର ଗୋଟି ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟକ୍ଷ ମାନଙ୍କୁ ସ୍ୱାଗତ ଜଣାଇ ଉପଜିଲ୍ଲାପାଳ ସମସ୍ତ ମହାବିଦ୍ୟାଳୟ ଗୁଡିକର ଉନୟନ ମୂଳକ କାର୍ଯ୍ୟ, ଭିତିଭୂମି, ଅନୁଦାନ ଓ ଖର୍ଚ୍ଚ ସମ୍ୱନ୍ଧୀୟ ସମସ୍ତ ବିଷୟ ଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ସମସ୍ତ କର୍ମଚାରୀଙ୍କ ସେବା ପୁସ୍ତକ ଓ ବ୍ୟକ୍ତିଗତ ନଥି ସଠିକ ଭାବେ ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ପୂରଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ l କର୍ମଚାରୀ ମାନଙ୍କ ଆପତ୍ତି ଓ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବା ନିମନ୍ତେ ଗୁରୁତ୍ୱ ଆରୋପ କରିଥିଲେ l ନିର୍ଦ୍ଧାରଣ ଖାତା ଗୁଡ଼ିକୁ ନବୀକରଣ କରିବା ସହ ସଭାପତିଙ୍କ ସ୍ଵାକ୍ଷର ରଖିବା ନିମନ୍ତେ ସମସ୍ତ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସରକାରଙ୍କ ପ୍ରଣୋଦିତ ନୀତି ଓ ନିୟମ ପ୍ରକାରେ ସମସ୍ତ ଉନୟନ ମୂଳକ କାର୍ଯ୍ୟ ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଶ୍ରୀ ପୃଷ୍ଟି ଗୁରୁତ୍ୱ ଆରୋପ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ ଓ ବରିଷ୍ଠ ରାଜସ୍ବ ସହାୟକ ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ l