ବିଭିନ୍ନ ସଂଗଠନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ସଂଗଠନ ପକ୍ଷରୁ ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ନାଗରିକ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସ୍ଥିତ ଟାଉନହଲରେ ଆୟୋଜିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନ ସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ସହରର ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ପୂର୍ବତନ ବିଧାୟକ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ବିଜେଡି ନେତା ସୁଧୀର ରାଉତ ଓ ସଞ୍ଜିବ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ବିଜେଡି ଯୁବନେତା ପିଙ୍କୁ ମିଶ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ । ଏହି ସଭାରେ ବିଜେଡିର ବହୁ ନେତା ଓ କର୍ମୀମାନଙ୍କ ସମେତ ଭୀଷ୍ମ ଚୌଧୁରୀ, ଉଜ୍ଜ୍ଵଳ ପାଢି, ଉଦୟ କୁମାର ବେହେରା ସମାଜସେବୀ, ବିଭିନ୍ନ ସଂଗଠନର ପ୍ରତିନିଧି, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରି ନବନିର୍ବାଚିତ ନେତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ସହରର ବିକାଶ ଦିଗରେ ସେମାନେ ଯତ୍ନବାନ ହେବେ ବୋଲି ଆଶା ପ୍ରକଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଜନପ୍ରତିନିଧିମାନେ ସମ୍ବର୍ଦ୍ଧିତ ହେବା ପରେ ଲୋକଙ୍କ ସମସ୍ୟା ଦୁର କରିବାରେ ଓ ସହରର ବିକାଶ କ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରିବେ ବୋଲି ନେତା ମାନେ କହିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା