ଜନସେବା କେନ୍ଦ୍ରରେ ଭୋଟର ତାଲିକା ସଂଶୋଧନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଜନସେବା କେନ୍ଦ୍ରରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଏକ ତାରିଖରୁ ଆରମ୍ଭ ହୋଇ ଆସୁଛି । ଯାଞ୍ଚ ପ୍ରକିୟା ଆସନ୍ତା ପନ୍ଦର ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ଭୋଟର ମାନେ ସେମାନଙ୍କ କାଡ ପିଛା ୧ ଟଙ୍କା ୧୮ ପଇସା ଦେବା ପାଇଁ ପଡିବ । ଆଗାମୀ ଦିନରେ ଜିଲ୍ଲାରେ ଥିବା ସମସ୍ତ ଜନସେବା କେନ୍ଦ୍ର କର୍ମଚାରୀ ମାନଙ୍କୁ ନେଇ ଏହି ବିଷୟରେ ତାଲିମ ପ୍ରଦାନ କରାଯିବ ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ଡ.ବିଜୟାନନ୍ଦ ସେଠି, ଜିଲ୍ଲା ମ୍ୟାନେଜର ଅମିତ କୁମାର ସାହୁ, ଜିଲ୍ଲା ସଂଯୋଜକ ରଜିତ୍ ରାଉତ, ଜିଲ୍ଲା ଭିଲେଜ ମୁଖ୍ୟ ସନ୍ତୋଷ କୁମାର ପାଢୀ, ବଳରାମ ସାହୁ, ଜିତନ କୁମାର ମହାରଣା, ଜନସେବା କେନ୍ଦ୍ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା