ବିଭିନ୍ନ ଦାବି ନେଇ ଗୋପାଳପୁର କଂଗ୍ରେସ ପକ୍ଷରୁ ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ଦାବି ନେଇ ଗୋପାଳପୁର କଂଗ୍ରେସ ପକ୍ଷରୁ ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, କଳାକାରନାମା ଏବଂ ଜନ ବିରୋଧୀ କାଯ୍ୟକୁ ଦୃଡ଼ ନିନ୍ଦା କରି ଗୋପାଳପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ୮୦ରୁ ଉର୍ଦ୍ଧ୍ବ ବାଇକ୍ ରାଲି କରି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀକୁ ବିଧାୟକ ପଦରୁ ହଟାଇବା ଦାବି ନେଇ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କାରାଯାଇଥିଲା । ଗୋପାଳପୁର ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ଅଶାନ୍ତ ପରିସ୍ଥିତିରେ ଗତି କରୁଛି । ବିଧାୟକଙ୍କ ଗିରଫ ଓ ଜେଲ୍ ଯିବା ଯୋଗୁଁ ନିର୍ବାଚନ ମଣ୍ଡଳୀର ହେବାକୁ ଥିବା ଉନ୍ନତି ମୂଳକ କାଯ୍ୟ ଅଗ୍ରଗତି କରୁନଥିବା ଯୋଗୁଁ ଉକ୍ତ ନିର୍ବାଚନ ମଣ୍ଡଳର ସମସ୍ୟା ବଢ଼ି ଚାଲିଛି । ବିଧାୟକଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମ, ଚାକିରୀ ନାମରେ ୬୮ ଜଣ ଟାଟା ବିସ୍ଥାପିତ ଗରିବ ନିରୀହ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଆକାଉଣ୍ଟକୁ ପଠେଇବା, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା, ଲକଡାଉନ ସମୟରେ ଚାଟାର୍ଡ଼ ଫ୍ଲାଇଟରେ ବିଭିର୍ନ ସ୍ଥାନକୁ ବୁଲି ସମୁଦୀ ଓ ଜୋଇଁ ପୁଅ ସହ ମଉଜ କରିବା, ଏବଂ ତାଙ୍କୁ ଲାଗିଥିବା ଦଫାରେ ଗିରଫ ହୋଇ ଜେଲ ଯିବା ଯୋଗୁଁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରାଜ୍ୟ ତଥା ଦେଶରେ ବଦନାମ ହେଇ ସାରିଛି । ଯାହା କି ଗୋପାଳପୁର ନିର୍ବାଚନି ମଣ୍ଡଳୀରେ କେବେ ହୋଇ ନଥିଲା । ତେଣୁ ଗୋପାଳପୁର ବିଧାୟକଙ୍କୁ ତାଙ୍କ ପଦରୁ ଅନ୍ତର କରିବା ପାଇଁ ଗୋପାଳପୁର ନିର୍ବାଚନ ମଣ୍ଡଳି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ଗୋପାଳପୁର କଂଗ୍ରେସ ବିଧାୟକ ପାର୍ଥି ଧରମା ରେଡି, ସାନଖେମୁଣ୍ଡି ଯୁବ କଂଗ୍ରେସ ସଭାପତି ଚିନ୍ମୟ ହୋତା, ଦେବାଶିଷ ମହାନ୍ତି, ମୋହନ ରେଡ଼ି, ରାଜୀବ ଖୁଣ୍ଟିଆ, ବିଶ୍ୱଜିତ ପ୍ରଧାନ, ଆଲୋକ ସେଠି, ଏମ.ମଧୁ, ଡମ୍ବରୁ ରଣା, କେ. ତ୍ରିନାଥ ରେଡ୍ଡୀ, କାହ୍ହୁ ଚରଣ ନାହାକ, ଟୁକୁ ପଟ୍ଟନାୟକ ସମେତ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା