ବିପ୍ଳବୀ କବି ସ୍ୱର୍ଗତ ବନମାଳୀ ସେନାପତିଙ୍କ ପତ୍ନୀ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିପ୍ଳବୀ କବି ସ୍ୱର୍ଗତ ବନମାଳୀ ସେନାପତିଙ୍କ ସହଧର୍ମିଣୀ ଭାନୁମତୀ ସେନାପତିଙ୍କ ଜଳେଶ୍ୱର ନୂଆବଜାର ସ୍ଥିତ କବି କୁଟୀର ବାସଭାବନରେ ଗତକାଲି ପୂର୍ବାହ୍ନ ଘ.୯.୫୨ମି. ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ରୋଗଗ୍ରସ୍ଥ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୁତ୍ୟୁବରଣ କରିଛନ୍ତି । ସ୍ୱର୍ଗତା ଭାନୁମତୀ ସେନାପତି ଜଣେ ପରୋପକାରୀ ଧର୍ମପରାୟଣା ମହିଳା ଥିଲେ । ତାଙ୍କ ମୃତ୍ୟୁଖବର ପାଇ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଯୁବନେତା ପ୍ରତୀପ କୁମାର ପ୍ରଧାନ, ପୁର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ, ତରଣୀ ଭୂୟାଁ, ସାମ୍ବାଦିକଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବଂଧୁବାନ୍ଧବମାନେ ତାଙ୍କର ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର ସୁକାନ୍ତ ସେନାପତି, ରବୀନ୍ଦ୍ର ସେନାପତି, ସୁଶାନ୍ତ ସେନାପତି, ରାଜେନ୍ଦ୍ର ସେନାପତି, ମନୋରଂଜନ ସେନାପତି, ସୁଧୀରଂଜନ ସେନାପତିଙ୍କ ସହିତ କନ୍ୟା କମଳିନୀ ସେନାପତି ଓ ସୁଭଦ୍ରା ସେନାପତି ଓ ସମସ୍ତ ପୁତ୍ରବଧୂ ଏବଂ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ଶବାଧାରକୁ ବେଲବାରିଆ ଗ୍ରାମକୁ ନିଆଯାଇ ସୁବର୍ଣ୍ଣରେଖା ନଦୀରେ ସତ୍କାର କରାଯାଇଥିଲା । ପୁତ୍ର ମନୋରଂଜନ ସେନାପତି ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଜଳେଶ୍ୱର ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା