ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ହଟହଟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଅନବରତ ବିଦ୍ୟୁତ୍ ଯୋଗାଣ କରିବାର ଡିମିଡ଼ିମି ପିଟୁଥିବା ବେଳେ ଗ୍ରାମାଂଚଳରେ ପ୍ରତିଦିନ ୧୦ରୁ୧୨ଘଣ୍ଟା ଓ ସହରାଞ୍ଚଳରେ ୫ରୁ୬ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍କାଟ ହେବା ସମସ୍ତଙ୍କୁ ବିସ୍ମିତ କରିଛି । ଗତକାଲି ଜଳେଶ୍ୱର ବିଦ୍ୟୁତ୍ ସବଡିଭିଜନ୍ ଅଧିନରେ ଥିବା ସଦର ଜେଇ -୧ ରଞ୍ଜିତ୍ ବେହେରା ସଦଳବଳେ ଜଳେଶ୍ୱର ବାସନ୍ତି ପଡିଆସ୍ଥିତ ସୁଧାଂଶୁ ସେଖର ପ୍ରଧାନଙ୍କ ବାସଭବନକୁ ଯାଇ ଅତର୍କୀତ ବିଦ୍ୟୁତ୍ ଲାଇନ୍ ଚେକିଂ କରିଥିଲେ । ମାତ୍ର ସେଥିରେ କିଛି ନ ପାଇବାରୁ ପୁଣି ତାଙ୍କ ବେଡ୍ରୁମ୍ରେ ବଳପୂର୍ବକ ପଶି ଚେକିଂ କରି କିଛି ନ ପାଇବାରୁ ଗୃହ ମାଲିକ ସୁଧାଂଶୁ ଉତ୍ତେଜିତ ହୋଇପଡିଥିଲେ । କୌଣସି ନୋଟିସ୍ ନ ଦେଇ ଘରେ ପଶିବାର ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ । ମାତ୍ର କନିଷ୍ଠ ଯନ୍ତ୍ରୀ ଜଣକ ସେ ସବୁ ଦେଖାଇନପାରିବାରୁ ଉଭୟଙ୍କ ମଧ୍ୟରେ ପାଟୁତୁଣ୍ଡ ହେବା ସହିତ ତାଙ୍କ ଉପରିସ୍ଥ ଅଫିସର ଆସିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିବାକୁ ଅଡି ବସିଥିଲେ । ଶେଷରେ ଜଳେଶ୍ୱର ପୁଲିସର ସହାୟତାରେ କନିଷ୍ଠ ଯନ୍ତ୍ରୀ ମୁକୁଳିଥିଲେ । କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କ ଫୋନ ଉଠାଇ ନ ଥିଲେ ।

ରିପୋର୍ଟ : ଭୂପତି କୁମର ପରିଡା