ବିପର୍ଯ୍ୟୟର ମାତ୍ରା ହ୍ର|ସ କ୍ଷେତ୍ରରେ “ସାମାଜିକ ଲିଙ୍ଗ”ର ବିକେନ୍ଦ୍ରୀକରଣ ଭିତ୍ତିକ କର୍ମଶାଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ ବିପର୍ଜୟ ପରିଚାଳନା କର୍ତ୍ତୁପକ୍ଷ , “ୟୁ॰ଏନ॰ଏଫ॰ପି॰ଏ॰” ଓ ପ୍ରେମ ଅନୁଷ୍ଟାନର ମିଳିତ ଆନୁକୁଲ୍ୟରେ ଏକ କର୍ମଶାଳା ଡ଼ିଆରଡ଼ିଏର ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ଉଦ୍ୟେଶ ପ୍ରାକୃତିକ ବିପର୍ଜାୟର ପୂର୍ବ ପ୍ରସ୍ତୁତି ଏବଂ ଲିଙ୍ଗିୟ ଭେଦଭାବ ଶୂନ୍ୟ ସମାଜ ଗଠନ । ଏହି କର୍ମଶାଳାରେ ମଞ୍ଚାସୀନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ, ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ଜରୁରୀ ଅଧିକାରୀ, ଗଞ୍ଜାମ, ଅରଣ୍ୟକ ମିଶ୍ର, ସାମାଜିକ ଲିଙ୍ଗ (ଜେଣ୍ଡର) ବିଶେଷଜ୍ଞ, OSDMA, ଶ୍ରୀମତୀ ଚୟନୀକା ମିଶ୍ର, ପରାମର୍ଶଦାତା, ୟୁ॰ଏନ॰ଏଫ॰ପି॰ଏ॰, ମେଘନାଦ ବେହେରା, ବରିଷ୍ଠ ପରାମର୍ଶଦାତା, OSDMA, ଅବନିକାନ୍ତ ଭୂୟାଁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଗଞ୍ଜାମ, OSDMA ଏବଂ ନରେନ୍ଦ୍ର ପଟ୍ଟନାୟକ, ପ୍ରେମ ଅନୁଷ୍ଟାନର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ୪୦ ଜଣ ସରକାରୀ ମୁଖ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ଓଡିଶାରେ ପ୍ରଥମେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲି ପଞ୍ଚାୟତରେ ପାଇଲଟ ଆଧାରରେ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ଓଡିଶାର ଅନ୍ୟ ୫ ଗୋଟି ଉପକୂଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରିବା ଯୋଜନା ରହିଛି । ଏହି କାର୍ଯ୍ୟକ୍ରମକୁ ପ୍ରେମ ଅନୁଷ୍ଟାନର ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ସୁବୋଧ ନାୟକ, ଏନ୍ ରବିଗୋପାଳ ରାଓ ଓ ଦୂର୍ଗା ପ୍ରସାଦ ପାଣିଗ୍ରାହୀ ପରିଚାଳନା କରିଥିଲେ ।