ଖୁଲୁଡା ଶୀତଳା ଠାକୁରାଣୀ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ସ୍ୱାଗତ ଉତ୍ସବ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଖୁଲୁଡା ଠାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଶୀତଳା ଠାକୁରାଣୀ ଡିଗ୍ରୀ ମହା ବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ପ୍ରଥମ ବର୍ଷ (ସମ୍ମାନ) ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆଜି ଅଧ୍ୟକ୍ଷ ଅଞ୍ଜନ କୁମାର ପାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଧାରାଣୀ ମହାନ୍ତି ଶୃଙ୍ଖଳା ଜୀବନରେ ଶ୍ରେଷ୍ଠତା ଆଣିପାରେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମହା ବିଦ୍ୟାଳୟର ଛାତ୍ରୀ ସୁଚିସ୍ମିତା ପ୍ରଧାନ ୨୦୨୦-୨୧ ମସିହାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ( ସମ୍ମାନ)ରେ ଟପ୍ପର ହୋଇ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି ବୋଲି ଶ୍ରୀମତୀ ମହାନ୍ତି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦୁର୍ଗେଶ କୁମାର ନାୟକ, ତପନ କୁମାର ସାମଲ, ଚିନ୍ମୟ କୁମାର ଗିରି ଓ ଅଧ୍ୟାପିକା ସସ୍ମିତା ଗୋସ୍ୱାମୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ତୃତୀୟ ବର୍ଷ ସମ୍ମାନ ଛାତ୍ର ସୌରଭ କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।