ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପାଠଚକ୍ର ଓ ସ୍ୱାଗତ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଏକ ପାଠଚକ୍ର ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷା ଡ଼.ପ୍ରମିଳା ଖାଡଙ୍ଗା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼.ସନ୍ଦୀପ କୁମାର ଦାଶ ଯୋଗଦେଇ ‘ଅଣ୍ଡରଷ୍ଟାଣ୍ଡିଙ୍ଗ ରିସର୍ଚ୍ଚ’ ଏ ସିଂପ୍ଲିଫାଇଡ଼ ୱେ’ ଶୀର୍ଷକ ଉପରେ ବକ୍ତବ୍ୟ ଦେଇଥିଲେ । ବିଭାଗୀୟ ମୁଖ୍ୟା ଡ଼.ମଧୁସ୍ମିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଠଚକ୍ର ପରିଚାଳିତ ହେବା ସହ ଦୁଇଟି ସେମିନାର ବୁଲେଟିନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼.ଆନନ୍ଦ ସେଠୀ ଯୋଗ ଦେଇଥିଲେ । ସେମିନାର ସଂପାଦକ ସାଗର ମହାରଣା ବାର୍ଷିକ ସେମିନାର ବିବରଣୀ ପାଠ କରିଥିଲେ । ତୃତୀୟ ବର୍ଷ ସମ୍ମାନ ଛାତ୍ରୀ ନେହା ପ୍ରଧାନ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା