ପାନୀୟ ଜଳର ଭିତ୍ତି ପ୍ରସ୍ତର ସ୍ଥାପନ : ଦୂର ହେବ ୨ଟି ଗାଁର ପାନୀୟ ସମସ୍ୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକର ବର୍ତ୍ତନା ବ୍ଲକର ସାନ କସିଦା ଗାଁର ୨ଟି ପିଇବାପାଣି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଅଶ୍ୱନୀ ପାତ୍ର । ଏହା ଫଳରେ କସିଦା ଗାଁର ୧୦୭୫ ଜନସଂଖ୍ୟା ଏବଂ ସାନକସିଦା ଗାଁର ୬ଶହ ଲୋକ ବିଶୁଦ୍ଧ ପିଇବାପାଣି ପାଇବାରେ ସୁବିଧା ହେବ । ଏହି ୨ଟି ପ୍ରକଳ୍ପଲାଗି ୧କୋଟି ୬୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ଇଂ ପ୍ରଦ୍ୟୁମ୍ନ ଦାସ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ବ୍ଳକ ସଭାପତି ଭୂପତି ମିର୍ଦ୍ଧା, ରବିନ୍ଦ୍ର ବେହେରା, ଅନନ୍ତ ରାଉଳ, ଲକ୍ଷ୍ମୀଧର ଜେନା, ହେମନ୍ତ ଜେନା ପ୍ରମୁଖ ଯୋଗ ଦେଇ ଏହି ଅଂଚଳରେ ଲୋକମାନଙ୍କ ବସୁଧା ଯୋଜନାରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା