ବିଦ୍ୟୁତ ବିଲ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ…

ଗୋପାଲପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଦ୍ୟୁତ୍ ଏସଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯାଇଛି l ସେଥିରେ ମୁଖ୍ୟ ପ୍ରମୁଖ ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ସତପଥୀ, ୫୫ ନମ୍ବର ଯୋନ୍ ମଣ୍ଡଳ ସଭାପତି ପ୍ରଦୀପ ପଟ୍ଟନାୟକ, ଦେବାଶିଷ ପାଣିଗ୍ରାହୀ, ୫୩ନମ୍ବର ଯୋନ୍ ମଣ୍ଡଳ ସଭାପତି ସନତ୍ ନାହାକ, ଗୋପାଲପୁର ପୂର୍ବତନ ଏନଏସି ସଭାପତି ଅଶୋକ ବେହେରା, ବରିଷ୍ଠ ଦଳୀୟ କର୍ମୀ ପଞ୍ଚୁ ବେହେରା, ଦେବେନ୍ଦ୍ର ସାହୁ, ସୋମନାଥ ପାତ୍ର, ମିଟୁ ସାହୁ ଏକତ୍ରିତ ହୋଇ ଗୋପାଲପୁର ବିଦ୍ୟୁତ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଏସଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରି ନିଜ ଅଭିଯୋଗ ଜଣାଇଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା